ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଜିଲ୍ଲାରେ ଗସ୍ତ କରି ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିବା ସହ ‘ଏକୀକୃତ ପେନସନ ପରିଚାଳନା ପୋର୍ଟାଲ’ (UPMP) ର ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ; ମୋଟ ୫,୦୫,୮୯୭ ଜଣ ନୂତନ ହିତାଧିକାରୀଙ୍କୁ ଏହି ଯୋଜନା ଅନ୍ତର୍ଗତ ପେନସନ୍ ଟଙ୍କା ବା ଭତ୍ତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ହଜାର ହଜାର ଅସହାୟ ତଥା ଯୋଗ୍ୟ ବ୍ୟକ୍ତି ସିଧାସଳଖ ଉପକୃତ ହୋଇପାରିବେ। ଏହି ଅବସରରେ ପେନସନ୍ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଏବଂ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍’ (UPMP) ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲ୍ ମାଧ୍ୟମରେ ପେନସନ୍ ବଣ୍ଟନରେ ସ୍ୱଚ୍ଛତା ଆସିବା ସହିତ ହିତାଧିକାରୀମାନେ ବିନା କୌଣସି ଅସୁବିଧାରେ ସେମାନଙ୍କର ପ୍ରାପ୍ଯ ପାଇପାରିବେ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ନୂତନ ହିତାଧିକାରୀମାନଙ୍କୁ ସମ୍ମାନିତ କରିଥିଲେ। ରାଜ୍ୟ ସରକାରଙ୍କ ଏଭଳି ଜନକଲ୍ୟାଣକାରୀ ପଦକ୍ଷେପକୁ ସର୍ବସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଆଜିର ଦିନଟି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ, କାରଣ ଏଣିକି ଭତ୍ତା ପାଇଁ ଆଉ କାହାକୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପୂର୍ବ ସରକାରଙ୍କ ସମୟରେ ଜିଲ୍ଲାଗୁଡ଼ିକ ପାଇଁ କୋଟା ବ୍ୟବସ୍ଥା ଥିବାରୁ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଲୋକେ ବର୍ଷ ବର୍ଷ ଅପେକ୍ଷା କରି ରହୁଥିଲେ ଏବଂ ଗୋଟିଏ ପଦ ଖାଲି ହେଲେ ଜଣଙ୍କୁ ସୁଯୋଗ ମିଳୁଥିବା ଭଳି ଏକ ଅମାନବୀୟ ବ୍ୟବସ୍ଥା ପ୍ରଚଳିତ ଥିଲା। ବର୍ତ୍ତମାନର ସରକାର ଏହି ସମସ୍ୟାର ସ୍ଥାୟୀ ସମଧାନ କରି ସେହି ଅମାନବୀୟ ପ୍ରଥାକୁ ଦୂର କରିଛନ୍ତି। ଏହି ନୂତନ ପଦକ୍ଷେପ ଫଳରେ ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧୂକାରୀ ଭତ୍ତା ଭତ୍ତା ପାଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ୪୧ ଲକ୍ଷ ୮୦ ହଜାର ୮୨୫ ରେ ପହଞ୍ଚିଛି। ଏହା ସହିତ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅନଲାଇନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଜିଠାରୁ ‘UPMP’ ପୋର୍ଟାଲ ଜରିଆରେ ଘରେ ଥାଇ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରି ଏହି ସୁବିଧା ପାଇପାରିବେ। Post navigation हैमिल्टन में भारत बनाम न्यूज़ीलैंड तीसरा वनडे बारिश के कारण रद्द