ତାଲିକା ପ୍ରସ୍ତୁତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୧ ଜାନୁଆରୀ ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରାଯାଇ ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୨୦ ତାରିଖ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନଃବ୍ୟବସ୍ଥାପନା ଓ ପୁନର୍ବିନ୍ୟାସ କରାଯିବ। ଏହାପରେ ଆସନ୍ତା ନଭେମ୍ବର ୩୦ ତାରିଖରେ ସମିତିତ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ ଏବଂ ସେହି ଦିନଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ସେମାନଙ୍କର ଦାବି ଓ ଆପତ୍ତି ଦାଖଲ କରିପାରିବେ। ସେହିପରି ଆସନ୍ତା ଜାନୁଆରୀ ୨୬,୨୦୨୭ ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରାଯିବା ପରେ ୨୦୨୭ ମସିହା ଜାନୁଆରୀ ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସ୍ଥିର ହୋଇଛି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବାଧିକ ୧,୨୦୦ ଜଣ ଭୋଟର ରହିବା ସୀମାକୁ ଆଖି ଆଗରେ ରଖି ଏବଂ ଭୋଟରମାନେ ଯେପରି ନିଜର ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ଦୁଇ କିଲୋମିଟରରୁ ଅଧିକ ପାଦରେ ଚାଲିବାକୁ କିମ୍ବା କୌଣସି ପ୍ରାକୃତିକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ନ ପଡ଼େ, ସେଥିପାଇଁ ଆବଶ୍ୟକସ୍ଥଳେ ନୂତନ ମତଦାନ କେନ୍ଦ୍ରର ଆକଳନ ଏବଂ ପୁନର୍ବିନ୍ୟାସ କରାଯିବ ବୋଲି ଜଣାପଡ଼ିଛି। ଏହି ସମଗ୍ର ପ୍ରକ୍ରିୟାକୁ ସଫଳ କରିବା ସହ ଏକ ସୁଗମ ଓ ଭୋଟର-ଅନୁକୂଳ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ କାମନା କରାଯାଇଛି। Post navigation अमेरिकी मिडटर्म चुनाव के नतीजों से भारतीय शेयर बाजार में उछाल, सेंसेक्स और निफ्टी में तेजी Ganjam Flood Crisis: ବନ୍ୟାଞ୍ଚଳ ଗସ୍ତ କରି ସରକାରଙ୍କ ଅପାରଗତା ଓ ଅବହେଳାକୁ ଦାୟୀ କଲେ ଭକ୍ତ ଦାସ