Cyclone Impact: CT/D.El.Ed. Third-Phase Slide-Up Admission Deadline Extended by 2 Days

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବାତ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି CT/D.El.Ed. (Diploma in Elementary Education (D.El.Ed) and Certificate in Teaching (CT) ପାଠ୍ୟକ୍ରମର ୨୦୨୬-୨୦୨୮ ଶିକ୍ଷାବର୍ଷ ପାଇଁ ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍‌-ଅପ୍ ଆଡ୍‌ମିସନ୍‌ର ଶେଷ ତାରିଖକୁ ଆଉ ୨ ଦିନ ବୃଦ୍ଧି କରାଯାଇଛି ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅକ୍ଟୋବର ୨୯ ଓ ୩୦ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ଏବେ ଏହାକୁ ଆଉ ଦୁଇ ଦିନ ବଢ଼ାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ୍ସ (X) ଜରିଆରେ ସୂଚନା ଦିଆଯାଇଛି ।

ତେବେ ଆଡ୍‌ମିସନ୍‌ର ସଂଶୋଧିତ ଶେଷ ତାରିଖ ସମ୍ପର୍କରେ ବିଭାଗର ପରବର୍ତ୍ତୀ ବିଜ୍ଞପ୍ତିକୁ ଅନୁସରଣ କରିବାକୁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଉଛି ।

By Nirvay

Leave a Reply

Your email address will not be published. Required fields are marked *