ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି କାଲି କଟକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କଟକ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ କାଲି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଏବଂ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ପାଇଁ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩ଟି ଓଡ୍ରାଫ୍ ଟିମ୍କୁ ମୁତୟନ କରାଯାଇଥିବା ବେଳେ ଜନସାଧାରଣଙ୍କ ସହାୟତା ପାଇଁ ସମୁଦାୟ ୨ଟି କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି। Post navigation Odisha Zero Tolerance on Corruption: ରାଜ୍ୟରେ ଦୁର୍ନୀତି ଅଭିଯୋଗରେ ୪୧ ସରକାରୀ କର୍ମଚାରୀ ବହିଷ୍କୃତ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ Facebook Live Sparks Row in BMC: ବିଏମସି ବୈଠକରେ ହାଇଡ୍ରାମା: ଫେସବୁକ୍ ଲାଇଭ୍ କରୁଥିବାରୁ ନିଲମ୍ବିତ ହେଲେ ୩୭ ନମ୍ବର ୱାର୍ଡ କର୍ପୋରେଟର