ରାଜ୍ୟରେ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ରାଜ୍ୟର ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଏଥି ସହିତ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉପସ୍ଥିତ କର୍ମଚାରୀମାନଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଛନ୍ତି। ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧ ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସେ ମତପ୍ରକାଶ କରିଛନ୍ତି। କେବଳ କାର୍ଯ୍ୟରତ କର୍ମଚାରୀ ନୁହଁନ୍ତି, ବରଂ ଦୁର୍ନୀତି ଅଭିଯୋଗରେ ସଂପୃକ୍ତ ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ମଧ୍ୟ ବନ୍ଦ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଭିଜିଲାନ୍ସ ଦେଶର ଏକ ଅଗ୍ରଣୀ ଦୁର୍ନୀତି ନିବାରଣ ସଂସ୍ଥା ଭାବେ ପରିଚିତ। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ଦଣ୍ଡବିଧାନ ହାର ସର୍ବାଧିକ ୬୫ ପ୍ରତିଶତରେ ପହଞ୍ଚିଛି, ଯହାକି ଭିଜିଲାନ୍ସ କାର୍ଯ୍ୟକାରିତାର ଏକ ବଡ଼ ସଫଳତା। ତୃଣମୂଳ ସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ କରିବା ପାଇଁ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ଜନଶୁଣାଣି କାର୍ଯ୍ୟକ୍ରମ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। Post navigation E20 पेट्रोल के खिलाफ ‘पेड कैंपेन’ चलाया गया था: नितिन गडकरी kataka Shuts All Schools Tomorrow: ବାତ୍ୟା ଅର୍ଣ୍ଣବ ପ୍ରଭାବ: କାଲି କଟକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା