Governor Directs Completion of Faculty Recruitment by November

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ନଭେମ୍ବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମପତି ନିର୍ଦ୍ଦେଶ ଦେଇଛନ୍ତି ।

ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ମାସ ଶେଷ ସୁଦ୍ଧା ଏହାକୁ ସାରିବାକୁ କୁଳପତିମାନଙ୍କୁ କୁହାଯାଇଛି । ନିଯୁକ୍ତି ପ୍ରକ୍ରିୟାରେ ମେରିଟ୍‌କୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।

ରାଜ୍ୟପାଳ ହେବା ପରେ ଗୋଟିଏ ଦିନରେ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି କରାଯାଇଥିବା ଘଟଣାକୁ ମଧ୍ୟ ସେ ସ୍ମରଣ କରାଇଛନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ କରି ଶିକ୍ଷାଦାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ଏହାସହ ଅଧ୍ୟାପକ ନିଯୁକ୍ତି ସମୟରେ କେବଳ ସର୍ଟଲିଷ୍ଟିଂ ଓ ଯାଞ୍ଚ ପ୍ରକ୍ରିୟା ଆଧାରରେ ଆବେଦନକାରୀଙ୍କୁ ବାଦ ନଦେଇ, ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ସାକ୍ଷାତକାର ପାଇଁ ଡାକିବାକୁ ପରାମର୍ଶ ଦିଆଯାଇଛି ।

ଯୋଗ୍ୟ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଦେବା ସହ ଯୋଗ୍ୟତା ଓ ମେରିଟ୍‌ ଆଧାରରେ ସ୍ୱଚ୍ଛ ଭାବେ ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *