ରାଜ୍ୟରେ କ୍ଷତିଗ୍ରସ୍ତଙ୍କ ପାଇଁ ବଡ଼ ଆଶ୍ୱାସନା । ଆସନ୍ତା ଦୁର୍ଗାପୂଜା ପୂର୍ବରୁ ରାଜ୍ୟର ସମସ୍ତ ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୬୧ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇସାରିଥିବା ବେଳେ ଦକ୍ଷିଣ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଭାବେ ୨୦ କୋଟି ଟଙ୍କା ବରାଦ କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ମୁତାବକ ବନ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଆସିବା ମାତ୍ରେ ଅବଶିଷ୍ଟ କ୍ଷତିପୂରଣ ରାଶି ମଧ୍ୟ ତୁରନ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯିବ।

ଅନ୍ୟପଟେ ବନ୍ୟା ପରିଚାଳନା ଏବଂ ରିଲିଫ ବଣ୍ଟନରେ ସ୍ଥାନୀୟ ପ୍ରଶାସନର କାର୍ଯ୍ୟକୁ କଡ଼ା ନଜରରେ ରଖାଯାଇଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଚାନ୍ଦବାଲି ବିଡିଓଙ୍କୁ ସସପେଣ୍ଡ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସେବାରେ କୌଣସି ପ୍ରକାର ସରକାରୀ କର୍ମଚାରୀଙ୍କ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

 

 

Leave a Reply

Your email address will not be published. Required fields are marked *