ଓଡ଼ିଶା ହାଇକୋର୍ଟରେ ବେଦାନ୍ତ ଲିମିଟେଡକୁ ଏକ ବଡ଼ ଝଟକା ଲାଗିଛି। ବକ୍ସାଇଟ୍ ଯୋଗାଣକୁ ନେଇ ବେଦାନ୍ତ ପକ୍ଷରୁ ଦାୟର କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୦୪ ମସିହାରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ବକ୍ସାଇଟ୍ ଯୋଗାଇବା ପାଇଁ ବେଦାନ୍ତ ପକ୍ଷରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦାବି କରାଯାଇଥିଲା। ନିର୍ଦ୍ଦିଷ୍ଟ ଦରରେ ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଇବା ପାଇଁ ଓଡ଼ିଶା ମାଇନିଂ କର୍ପୋରେସନ (ଓଏମସି) ସହ ବେଦାନ୍ତ ପୂର୍ବରୁ ଚୁକ୍ତି କରିଥିଲା। ତେବେ ୨୦୧୫ ମସିହାରେ MMDR ଆଇନ ସଂଶୋଧନ ହେବା ପରେ ଏହି ଚୁକ୍ତି ରଦ୍ଦ ହୋଇସାରିଛି। ପୂର୍ବରୁ ବେଦାନ୍ତ ମଧ୍ୟ ଏହାକୁ ସମୟସୀମା ମଧ୍ୟରେ ଚ୍ୟାଲେଞ୍ଜ କରି ନ ଥିବାରୁ, କୋର୍ଟ ଏହାକୁ ଦୃଷ୍ଟିରେ ରଖି ନିଜ ରାୟରେ ପିଟିସନକୁ ଖାରଜ କରିଛନ୍ତି। Post navigation Santha Gopalan’s voluntary Retirement: ସନ୍ଥ ଗୋପାଲନଙ୍କ ଭଳି ସଚ୍ଚୋଟ ଅଫିସରଙ୍କ ସ୍ୱେଚ୍ଛାକୃତ ଆବେଦନ ସନ୍ଦେହ ସୃଷ୍ଟି ହେଉଛି: ଭକ୍ତ ଦାସ Mahanadi River Dispute: ଖୁବଶୀଘ୍ର ପ୍ରକାଶ ପାଇବ ମହାନଦୀ ଜଳ ବିବାଦର ଚୂଡ଼ାନ୍ତ ରୂପରେଖ; ନୂଆଦିଲ୍ଲୀ ବୈଠକ ପରେ ଆଶାବାଦୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ