ନିଜ ନିର୍ବାଚନ ମଣ୍ଡଳୀର ଦଳୀୟ ସ୍ଥିତି ଓ ବିଶୃଙ୍ଖଳାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିକଟରେ ନବୀନ ନିବାସଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଜ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କ ସହ ଆଲୋଚନା କରିବା ସମୟରେ ସେ ଶୃଙ୍ଖଳା ରକ୍ଷା କରିବାକୁ କଡ଼ା ତାଗିଦ୍ କରିଛନ୍ତି। ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳରେ କିଛି ଲୋକ ଅକାରଣରେ ବିଶୃଙ୍ଖଳା ଓ ବଦମାସୀ ସୃଷ୍ଟି କରୁଥିବା ନେଇ ସେ ସିଧାସଳଖ ଅସନ୍ତୋଷ ପ୍ରକାଶ କରିଛନ୍ତି। ନବୀନ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇ କହିଛନ୍ତି ଯେ ଅଞ୍ଚଳରେ କିଏ ଏବଂ କିପରି ବିଶୃଙ୍ଖଳା କରୁଛନ୍ତି, ସେସବୁ ବାବଦରେ ସେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। କାହାରି ନାମ ସିଧାସଳଖ ନନେଇ ସେ କହିଛନ୍ତି ଯେ ସବୁ ଘଟଣା ଉପରେ ତାଙ୍କର କଡ଼ା ନଜର ରହିଛି ଏବଂ ଉପଯୁକ୍ତ ସମୟ ଆସିଲେ ସେହି ଅସାମାଜିକ ଓ ବିଶୃଙ୍ଖଳିତ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନବୀନଙ୍କ ଏହି ବଡ଼ ବୟାନ ପରେ ସ୍ଥାନୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ତେବେ ସେହି ବିଶୃଙ୍ଖଳାକାରୀ ନେତା କିଏ ଏବଂ କାହା ଉପରେ କାର୍ଯ୍ୟାନୁଷ୍ଠାନର ଗଜପଡ଼ିବାକୁ ଯାଉଛି, ତାହାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। Post navigation भारत ने श्रीलंका को बुरी तरह हराया, एशियन गेम्स 2026 फ़ाइनल में पाकिस्तान से होगा मुक़ाबला Gujarat to Honour Captain Smit Machchhar with ‘Vishisht Gujarat Garima Award’