ଏସିଆନ୍ ଗେମ୍ସ-୨୦୨୬ର ୪×୧୦୦ ମିଟର ମିକ୍ସଡ୍ ରିଲେ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦଳରେ ଅନିମେଶ କୁଜୁର, ଗୁରିନ୍ଦରବୀର ସିଂହ, ସ୍ନେହା ସତ୍ୟନାରାୟଣ ଏବଂ ହରିତା ଭଦ୍ରା ସାମିଲ ଥିଲେ । ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଆଥଲେଟ୍ ଅନିମେଶ କୁଜୁରଙ୍କ ଏହି ସଫଳତା ରାଜ୍ୟ ପାଇଁ ଗର୍ବ ଓ ଆନନ୍ଦର ବିଷୟ । ଏସିଆନ୍ ମଞ୍ଚରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ଉପଲବ୍ଧି ବୋଲି ସେ କହିଛନ୍ତି । ଅନିମେଶଙ୍କ ଏହି କୃତିତ୍ୱ ରାଜ୍ୟର ଯୁବ ଖେଳାଳିମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । Post navigation Illegal Stone Quarrying in Similipal: ଶିମିଳିପାଳରେ ବେଆଇନ ପଥର ଖାଦାନ ମାମଲାରେ ରିପୋର୍ଟ ମାଗିଲେ NHRC Minakshi Bahinipati Injured: ଇଣ୍ଡିଆ ମେଣ୍ଟର ରାଲି ବେଳେ ପୋଲିସ ଆକ୍ରମଣରେ ମିନାକ୍ଷୀ ବାହିନୀପତି ଆହତ