ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ଏମଏମଡିଆର ସଂଶୋଧନ ଆଇନ, ଭୋଟର ତାଲିକାରେ ଅନିୟମିତତା ଏବଂ ପାଠ୍ୟପୁସ୍ତକ ତ୍ରୁଟି ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ମେଣ୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ଆୟୋଜିତ ‘ପରିବର୍ତ୍ତନ ରାଲି’ରେ ଉଦ୍ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏହି ବନ୍ଦ ସମ୍ପର୍କରେ ଘୋଷଣା କରିଛନ୍ତି । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ବନ୍ଦ ଡାକରାକୁ ସଫଳ କରିବାକୁ ପିସିସି ସଭାପତି ଆହ୍ୱାନ ଦେଇଛନ୍ତି । ଏହି ଓଡ଼ିଶା ବନ୍ଦରେ ସାମିଲ ହେବା ପାଇଁ ଇଣ୍ଡି ମେଣ୍ଟର ସମସ୍ତ ସହଯୋଗୀ ଦଳର ସଦସ୍ୟଙ୍କୁ କଂଗ୍ରେସ ପକ୍ଷରୁ ଅପିଲ୍ କରାଯାଇଛି। ଏଥି ସହିତ ଏହି ଲଢ଼େଇ କେବଳ ଏକ ରାଜନୈତିକ ମେଣ୍ଟର ନୁହେଁ, ବରଂ ସାରା ଓଡ଼ିଶାବାସୀଙ୍କ ଅଧିକାରର ଲଢ଼େଇ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟର ସମସ୍ତ ବୁଦ୍ଧିଜୀବୀ, ବ୍ୟବସାୟୀ, ଛାତ୍ର, ଯୁବକ ତଥା ସାଧାରଣ ନାଗରିକଙ୍କୁ ଅକ୍ଟୋବର ୮ରେ ହେବାକୁ ଥିବା ଓଡ଼ିଶା ବନ୍ଦରେ ପୂର୍ଣ୍ଣ ସହଯୋଗ କରିବାକୁ ଭକ୍ତ ଦାସ ନିବେଦନ କରିଛନ୍ତି । ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ ‘ଡବଲ ଇଞ୍ଜିନ’ ସରକାର ଓଡ଼ିଶାର ଜନସାଧାରଣଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ସାଂଘାତିକ ତ୍ରୁଟି ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି । ଏଥି ସହିତ MMDR ସଂଶୋଧନ ଆଇନ ଏବଂ ଭୋଟର ତାଲିକାରେ ହୋଇଥିବା ପରିବର୍ତ୍ତନ ବିରୋଧରେ ଏହି ସଂଗ୍ରାମ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। Post navigation Myanmar Military Airstrike in Rakhine Kills 49 Ravenshaw University Hostel Ragging: ରେଭେନ୍ସା ଛାତ୍ରାବାସରେ ରାଗିଂ ଅଭିଯୋଗ