ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ହେବାକୁ ଥିବା OSSTET-୨୦୨୬ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତାକାଲି ଗୋଟିଏ ସିଟିଂ ମଧ୍ୟରେ ପେପର-୧ ଏବଂ ପେପର-୨ ପରୀକ୍ଷା କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ମାତ୍ର କେତେକ ଅପରିହାର୍ଯ୍ୟ କାରଣବଶତଃ ବୋର୍ଡ ପକ୍ଷରୁ ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷା ସମ୍ବନ୍ଧୀୟ ପରବର୍ତ୍ତୀ ସଂଶୋଧିତ ତାରିଖ ବିଏସଇ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି। ପରୀକ୍ଷାର୍ଥୀମାନଙ୍କୁ କୌଣସି ଗୁଜବରେ ନପଡ଼ି ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଏହି ଆକସ୍ମିକ ସ୍ଥଗିତାଦେଶ ଯୋଗୁଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ, କୌଣସି ଅପପ୍ରଚାର କିମ୍ବା ଗୁଜବରେ ନପଡ଼ି କେବଳ ବୋର୍ଡର ଅଫିସିଆଲ୍ ୱେବସାଇଟ୍‌ରେ ଜାରି ହେଉଥିବା ବିଜ୍ଞପ୍ତି ଉପରେ ନଜର ରଖିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *