ଓଡିଶା ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଜିଏସ୍‌ଟି ଅଧୀନରେ ଥିବା ଇ-ୱେ ବିଲ୍‌ରେ ବଡ଼ ଧରଣର ଅନିୟମିତତା ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୨୦୭ଟି ବୃହତ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା । ଏଥିରୁ ୧୩୩ଟି ପ୍ରକଳ୍ପ ଜଳ ଜୀବନ ମିଶନ ଅଧୀନରେ ଥିଲା । କିନ୍ତୁ ୨୦୨୪ ଜୁନ୍‌ ସୁଦ୍ଧା ମାତ୍ର ୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା ।

5-T ସ୍କୁଲ୍‌ ରୂପାନ୍ତରଣରେ ମଧ୍ୟ ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ନଥିବା କେତେକ ବେସରକାରୀ ଶିକ୍ଷାନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଆବଶ୍ୟକ ମୌଳିକ ସୁବିଧା ନଥିବାରୁ ରୂପାନ୍ତରିତ ଶ୍ରେଣୀଗୃହ ଓ ବିଜ୍ଞାନଗାର ମଧ୍ୟ ଅକାମୀ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହାସହ ଉପକୂଳବର୍ତ୍ତୀ ପର୍ଯ୍ୟଟନର ବିକାଶ ପାଇଁ ପୂର୍ବ ସରକାର ଆବଶ୍ୟକ ପଦକ୍ଷେପ ନେଇନଥିବା ମଧ୍ୟ ସିଏଜି ରିପୋର୍ଟରେ ଦର୍ଶାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *