ରାଜ୍ୟରେ ସାମ୍ପ୍ରତିକ ବନ୍ୟା ସ୍ଥିତି ଏବଂ କ୍ଷୟକ୍ଷତିର ପ୍ରତ୍ୟକ୍ଷ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶେଷ ପରିଦର୍ଶନରେ ବାହାରିଛନ୍ତି। ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ସେ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏରିଅଲ ସର୍ଭେ କରି ସ୍ଥିତିର ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି। ଏହି ଗସ୍ତ କ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବାହାରି ଗଞ୍ଜାମ ଓ କନ୍ଧମାଳକୁ ସଂଯୋଗ କରୁଥିବା କଳିଙ୍ଗ ଘାଟି ଦେଇ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ହେଲିକାପ୍ଟର ଯୋଗେ ବୁଲି ଦେଖିଛନ୍ତି। ଲଗାଣ ବର୍ଷା ଓ ଦୁଇଟି ସ୍ଥାନରେ ଭୂସ୍ଖଳନ ହେବା ଯୋଗୁଁ କଳିଙ୍ଗ ଘାଟି ରାସ୍ତାରେ ବଡ଼ ବଡ଼ ପଥର ଖସି ପଡ଼ିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ପଥରେ ଯାତାୟାତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ସ୍ଥିତି ବିଶେଷ ଭାବେ ଅନୁଧ୍ୟାନ କରିଛନ୍ତି। ଏହି ଆକାଶମାର୍ଗ ସର୍ବେକ୍ଷଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଶେଷ ସହାୟତା କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ରହି ବନ୍ୟାଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। Post navigation Heavy Rain Alert in Odisha: ପୁଣି ସୃଷ୍ଟି ହେଲା ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା