ସେପ୍ଟେମ୍ବର ୨୮ ତାରିଖ ଠାରୁ ଦେଶବ୍ୟାପୀ ତିନି ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ । ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ସାରାଦେଶରେ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ କର୍ମଚାରୀ ସଂଘର ୪ ଦଫା ଦାବି ମଧ୍ୟରେ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପେନସନ ବ୍ୟବସ୍ଥାରେ ସୁଧାର ଭଳି ପ୍ରମୁଖ ଦାବି ସାମିଲ ରହିଛି।

ତେବେ ଗ୍ରାହକ ଓ ବ୍ୟବସାୟୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଏବଂ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନ ଧରି ବ୍ୟାଙ୍କ ସେବା ବନ୍ଦ ରହିବା ଦ୍ୱାରା ଯେପରି ସାଧାରଣ ଲୋକେ ହଇରାଣ ନହୁଅନ୍ତି, ସେଥିପାଇଁ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୧୦ ବର୍ଷ ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ରବିବାର ଦିନ ବ୍ୟାଙ୍କ ଗ୍ରାହକଙ୍କ ସେବା ପାଇଁ ଖୋଲା ରହିଛି।

ଏହି ଧର୍ମଘଟ ସମୟରେ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଏସବିଆଇ ଓ ପିଏନ୍‌ବି ସମେତ ସମସ୍ତ ସରକାରୀ ବ୍ୟାଙ୍କ ଘୋଷଣା କରିଛନ୍ତି ଯେ ଆନ୍ଦୋଳନ ଦିନଗୁଡ଼ିକରେ ଏଟିଏମ୍‌ରୁ ଟଙ୍କା ଉଠାଇଲେ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ। ସାଧାରଣତଃ ମାସିକ ଫ୍ରି-ଲିମିଟ୍ ଶେଷ ହେବା ପରେ ଏଟିଏମ୍ କାରବାର ଉପରେ ଚାର୍ଜ ଓ ଜିଏସ୍‌ଟି ଦେବାକୁ ପଡ଼ିଥାଏ, କିନ୍ତୁ ଏହି ଧର୍ମଘଟ ସମୟରେ ସମସ୍ତ ଏଟିଏମ୍ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ।

 

Leave a Reply

Your email address will not be published. Required fields are marked *