ଭାରତୀୟ ଜନତା ପାର୍ଟି ନିଜର ସାଂଗଠନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ପାଇଁ ନୂଆ ୨୪ଟି ପ୍ରମୁଖ ସାଂଗଠନିକ ନିଯୁକ୍ତି କରିଛି। ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ ଏହି ନୂତନ ନିଯୁକ୍ତିଗୁଡ଼ିକ କରାଯାଇଛି। ଏହି ନିଯୁକ୍ତିସୂଚୀରେ ରାଷ୍ଟ୍ରୀୟ ସହ-ସଂଗଠନ ମହାସଚିବ, ରାଜ୍ୟ ସଂଗଠନ ମହାସଚିବ, ରାଜ୍ୟ ସହ-ସଂଗଠନ ମହାସଚିବ ଏବଂ ସଂଗଠକ ପଦବୀଗୁଡ଼ିକ ସାମିଲ ରହିଛି। ଏହି ନୂତନ ନିଯୁକ୍ତିଗୁଡ଼ିକ ତୁରନ୍ତ ପ୍ରଭାବରୁ କାର୍ଯ୍ୟକାରୀ ହେବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରମୁଖ ନିଯୁକ୍ତିଗୁଡ଼ିକ ମଧ୍ୟରେ ସୌଦାନ ସିଂହଙ୍କୁ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ରାଷ୍ଟ୍ରୀୟ ସହ-ସଂଗଠନ ମହାସଚିବ ଭାବେ ଦାୟିତ୍ୱ ଦିଆଯାଇଛି, ଯାହାଙ୍କ କେନ୍ଦ୍ର ଭୁବନେଶ୍ୱର ରହିବ। ସେହିପରି ଓଡ଼ିଶା ବିଜେପି ସଂଗଠନରେ ପୁଣି ଥରେ ନିଜର ଦୃଢ଼ ସ୍ଥିତି ଏବଂ ନେତୃତ୍ୱ ଜାହିର କରିଛନ୍ତି ମାନସ ମହାନ୍ତି। ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ମାନସ ମହାନ୍ତି ଓଡ଼ିଶାର ରାଜ୍ୟ ସଂଗଠନ ମହାସଚିବ ଭାବେ ନିଯୁକ୍ତ କରାଯାଇଛି। । ରାଜ୍ୟରେ ବିଜେପିର ସାଂଗଠନିକ ମଜବୁତି, ନିର୍ବାଚନୀ ରଣନୀତି ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସଭାପତି ପୁଣି ଥରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଏହି ନୂତନ ନିଯୁକ୍ତିଗୁଡ଼ିକ ମାଧ୍ୟମରେ ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଭଳି ରାଜ୍ୟଗୁଡ଼ିକରେ ଦଳର ସାଂଗଠନିକ କାର୍ଯ୍ୟଦକ୍ଷତା ଓ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଆସନ୍ତା କିଛି ମାସ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଦଳ ନିଜର ସାଂଗଠନିକ ଯନ୍ତ୍ରକୁ ଅଧିକ କ୍ରିୟାଶୀଳ ଓ ଶକ୍ତିଶାଳୀ କରିବାକୁ ଏହି ନୂତନ ନିଯୁକ୍ତି ଦେଇଛି। Post navigation Odisha Assembly: MMDR ACT 2026 ସଂଶୋଧନ: ରାଜସ୍ୱ କ୍ଷତିର ଆକଳନ ଚାଲିଛି, ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ଆଇନଗତ ପଦକ୍ଷେପ ନିଆଯିବ- ଖଣି ମନ୍ତ୍ରୀ NEET PG 2026 Result Declared, Check Cut-Off Details