ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଚାଲିଥିବା ବିବାଦ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏହି ମାମଲାର ଦୀର୍ଘ ଶୁଣାଣି ହୋଇଥିଲେ ସୁଦ୍ଧା ତାହା ଅସମାପ୍ତ ରହିଛି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ପାଇଁ ଧାର୍ଯ୍ୟ କରିଛନ୍ତି।

ଆଜିର କୋର୍ଟ କାର୍ଯ୍ୟାନୁଷ୍ଠାନ ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜର ପକ୍ଷ ରଖିଥିଲେ। ଏହାସହ ଏହି ମାମଲାରେ ଆମିକସ୍‌କ୍ୟୁରୀ ମଧ୍ୟ ନିଜର ରିପୋର୍ଟ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଆଜି ଶୁଣାଣି ଶେଷ ହୋଇପାରି ନଥିବାରୁ, ଆସନ୍ତାକାଲି ପୁଣି ଥରେ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *