ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳଙ୍କ ପ୍ରବଳ ହଙ୍ଗାମା ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବୁଧବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ବିଜେଡିର ବିଧାୟକମାନେ ନିଜ ନିଜ ଆସନ ଛାଡ଼ି ଗୃହର ମଝି ଭାଗକୁ ଆସି ହୋହାଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଶୋଧିତ ଖଣି ଓ ଖଣିଜ ଆଇନ (MMDR Act)କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ ସଭ୍ୟମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିବା ବେଳେ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ ବିଜେଡି ସଭ୍ୟମାନେ ସରକାରଙ୍କୁ ଘେରିଥିଲେ। ଗୃହରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ମଧ୍ୟରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ବିରୋଧୀ ବିଧାୟକମାନଙ୍କୁ ଶାନ୍ତ ହୋଇ ନିଜ ଆସନକୁ ଫେରିବାକୁ ନିବେଦନ କରିଥିଲେ ବି ତାହା କୌଣସି ଫଳପ୍ରଦ ହୋଇନଥିଲା। ଶେଷରେ ପ୍ରବଳ ହଙ୍ଗାମା ଓ ନାରାବାଜି ଜାରି ରହିବାରୁ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। Post navigation Odisha-AP Coast On Alert As Deep Depression: ଓଡ଼ିଶା ମୁହାଁ ଗଭୀର ଅବପାତ: ଆଜି ରାତିରେ ସ୍ଥଳଭାଗ ଅତିକ୍ରମ କରିବ BJD Slams BJP Over Mining Bill Support: MMDR ବିଲ୍କୁ ନେଇ ବିଜେପି ଉପରେ ବର୍ଷିଲେ ସୁଜାତା ରାଉତ, ନବୀନଙ୍କ ନେତୃତ୍ୱରେ ଲଢ଼େଇ ପାଇଁ ଦେଲେ ଆହ୍ୱାନ