ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଲବଦଲ କରିଛନ୍ତି। ୪ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କର ବଦଳି ଓ ନୂତନ ନିଯୁକ୍ତି କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ଜାରି ସରକାରୀ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ୨୦୧୫ ବ୍ୟାଚର ଅଭିଜ୍ଞ ଆଇପିଏସ୍ ଅଧିକାରୀ ଡ. ସରବଣା ବିବେକ ଏମ୍.ଙ୍କୁ ଭୁବନେଶ୍ୱରର ନୂଆ ଡେପୁଟି କମିଶନର ଅଫ୍ ପୋଲିସ (DCP) ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ବ୍ରହ୍ମପୁର ଏସ୍ପି ଭାବେ ସଫଳତାର ସହ କାର୍ଯ୍ୟ ତୁଲାଉଥିବା ଡ. ବିବେକ ଏବେ ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ସ୍ଥାନ ଗ୍ରହଣ କରିବେ। ସେହିପରି ଢେଙ୍କାନାଳର ଏସ୍ପି ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚର ଆଇପିଏସ୍ ଅଧିକାରୀ ଅଭିନବ ସୋନକରଙ୍କୁ ବ୍ରହ୍ମପୁରର ନୂତନ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପାରାଦୀପର ଅତିରିକ୍ତ ଏସ୍ପି ଥିବା ୨୦୨୨ ବ୍ୟାଚର ଆଇପିଏସ୍ ମାନେ ଅଜିଙ୍କ୍ୟ ବି. ମାନେଙ୍କୁ ଢେଙ୍କାନାଳର ନୂଆ ଏସ୍ପି ଭାବେ ପଦୋନ୍ନତି ସହ ଅବସ୍ଥାପିତ କରାଯାଇଛି। ସେହିପରି ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆସିଷ୍ଟାଣ୍ଟ ଏସ୍ପି ଭାବେ ଦାୟିତ୍ୱ ତୁଲାଉଥିବା ୨୦୨୧ ବ୍ୟାଚର ଅଧିକାରୀ ଏ.ବି. ଶିଳ୍ପାଙ୍କୁ ବରଗଡ଼ର ଏସ୍ଡିପିଓ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି, ଯାହା ଦ୍ୱାରା ଆଇନ ଶୃଙ୍ଖଳା ପରିଚାଳନା ଆହୁରି ସୁସଂଗଠିତ ହୋଇପାରିବ। Post navigation 40 साल बाद एसएफआई के गढ़ में एबीवीपी का कब्जा, केरल के त्रिपुनिथुरा कॉलेज की सभी सीटें जीतीं Bidesh Sikhyabruti Scheme: ବିଦେଶ ଶିକ୍ଷାବୃତ୍ତି ଯୋଜନା: ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି