ଓଡ଼ିଶାର ଯୁବ କ୍ରିକେଟ ପ୍ରତିଭାମାନଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବାକୁ ଯାଉଛି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା T-20 ଲିଗ୍’। ଏହି ଟୁର୍ନାମେଣ୍ଟ ଯୁବ କ୍ରିକେଟରମାନଙ୍କ ପାଇଁ ଏକ ପ୍ରତିଯୋଗିତାମୂଳକ ମଞ୍ଚ ପ୍ରଦାନ କରିବ, ଯେଉଁଠାରେ ସେମାନେ ଅଭିଜ୍ଞ ଖେଳାଳିଙ୍କଠାରୁ ଅନେକ କିଛି ଶିଖିପାରିବେ ଏବଂ ଆଗକୁ ବଢ଼ିବା ପାଇଁ ଆତ୍ମବିଶ୍ୱାସ ହାସଲ କରିପାରିବେ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *