କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଦୁର୍ବ୍ୟବହାର ଓ ଧମକପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରାଯାଇଥିବା ନେଇ ଆଜି ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ବିଡିଓ ମାମଲାକୁ ନେଇ ବିଜେପି ନେତା ଏବଂ ଡେରାବିଶ ବିଡିଓ ନମିତା ବାରିକଙ୍କ ମଧ୍ୟରେ ବିବାଦ ପରେ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାରୀ କାର୍ଯ୍ୟ ସମ୍ପାଦନ ସମୟରେ ଜଣେ ଉଚ୍ଚାଧିକାରୀଙ୍କ ପ୍ରତି ଏଭଳି ବ୍ୟବହାରକୁ ନେଇ ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉଦ୍ବେଗ ପ୍ରକାଶ ପାଇଛି। ଡେରାବିଶ ବ୍ଲକର ସମସ୍ତ କର୍ମଚାରୀ ଏକାଠି ହୋଇ କେନ୍ଦ୍ରାପଡ଼ା ସଦର ଥାନା ଆଇଆଇସି (IIC)ଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଅଭିଯୋଗ ପତ୍ରରେ ଉମାକାନ୍ତ ପଟ୍ଟନାୟକ ଓ ଅନ୍ୟ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ୍ଲକ କର୍ମଚାରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବାକୁ ନିବେଦନ କରାଯାଇଛି। ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ସୂଚନା ଅନୁଯାୟୀ; ଗତକାଲି ମଧ୍ୟାହ୍ନରେ ପାଟକୁରା ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ବିଜେପି ସୋସିଆଲ ମିଡିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଓ ତାଙ୍କର କିଛି ସମର୍ଥକ ବ୍ଲକ କାର୍ଯ୍ୟାଳୟସ୍ଥିତ ବିଡିଓଙ୍କ ଚାମ୍ବର ଭିତରକୁ ଧସେଇ ପଶି ସେଠାରେ ବିଡିଓ ନମିତା ବାରିକଙ୍କ ସହ ଧସ୍ତାଧସ୍ତି ଓ ମରଣାନ୍ତକ ଆକ୍ରମଣ କରିଥିଲେ। କବାଟ ବନ୍ଦ କରି ତାଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଚାମ୍ବର ଭିତରେ ଅଟକ ରଖି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।ଏହି ଘଟଣା ପରେ ବିଡିଓଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ଏବଂ ସେ ସେଠାରେ ଅଚେତ ହୋଇପଡ଼ିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । Post navigation Disrespect to National Flag: ଜାତୀୟ ପତାକାକୁ ଅସମ୍ମାନ; ସାଂସଦ ସୁଲତା ଦେଓଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା