ସ୍ୱାଧୀନତା ଦିବସର ରାଜ୍ୟସ୍ତରୀୟ ପରେଡ୍ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ପରେଡ୍ ସ୍ଥଳର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ ପାଇଁ ମୋଟ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ସମେତ ୨ ଜଣ ADCP ଏବଂ ୮ ଜଣ ACP ଙ୍କୁ ନିୟୋଜିତ କରାଯାଇଛି।ଏଥି ସହିତ ୩୦ ଜଣ ଇନ୍ସପେକ୍ଟର ଏବଂ ୧୦୨ ଜଣ ସବ୍-ଇନ୍ସପେକ୍ଟର ପରେଡ୍ ସ୍ଥଳୀ ଓ ଏହାର ଆଖପାଖ ଅଞ୍ଚଳରେ ନିୟୋଜିତ ଅଛନ୍ତି। ସୁରକ୍ଷାକୁ ଆହୁରି ମଜବୁତ୍ କରିବା ପାଇଁ ୮୫ ଜଣ ମହିଳା କନଷ୍ଟେବଳ ଏବଂ ୩୩ ଜଣ ହୋମଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି। Post navigation Cannabis Farming on Govt Land in Odisha: ସରକାରୀ ଜମିରେ ଗଞ୍ଜେଇ ଚାଷ କଲେ କଠୋର କାର୍ଯ୍ୟାନୁଷ୍ଠାନ: ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି Talcher-Puri MEMU Train Derails: ପୁରୀ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ମେମୁ ଟ୍ରେନ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ