ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ଡିଜିପି ନିଯୁକ୍ତି ମାମଲାକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହେବ। ଏହି ମାମଲାରେ ଆବେଦନକାରୀ ବା ପିଟିସନରଙ୍କ ପକ୍ଷରୁ ଦେଶର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟରେ ଉପସ୍ଥିତ ରହି ପକ୍ଷ ରଖିବେ ବୋଲି ସୂଚନା ମିଳିଛି। ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଶା ସରକାର କୋର୍ଟଙ୍କ ନିୟମ ଓ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଥିବା ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଅଣାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆସନ୍ତାକାଲିର ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି, କାରଣ ଏହା ଓଡ଼ିଶା ପୋଲିସର ସର୍ବୋଚ୍ଚ ପଦବୀ ନିଯୁକ୍ତିର ଭବିଷ୍ୟତ ନିର୍ଦ୍ଧାରଣ କରିବ। Post navigation Odisha’s Industrial Leap: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ସମ୍ଭାବନା: ନିଯୁକ୍ତି କ୍ଷେତ୍ରରେ ଆସିବ ବ୍ୟାପକ ପରିବର୍ତ୍ତନ