୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ। ଇଡି ଅଫିସ୍‌ରୁ ବାହାରିବା ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ସାମ୍ନା କୁ ଆସିଛି। ସେ କହିଛନ୍ତି ଯେ ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି।ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି ବୋଲି ସେ କହିଛନ୍ତି।

ଆଜି ସକାଳେ ଇଡ଼ିରେ ହାଜର ହୋଇଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅ ହାଜର ହୋଇଥିବା ସୂଚନା ମିଳିଥିଲା । ବରପଦା ଇଞ୍ଜିନିୟରିଂ ଜମି ମାମଲାରେ ଉଭୟଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ପ୍ରଫୁଲ୍ଲଙ୍କ ବାସଭବନରେ ଚଢଉ କରିଥିଲା ଇଡ଼ି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ୍ସ ପୋଷ୍ଟ କରି ଦର୍ଶାଇଥିଲା ଯେ କଲେଜ କମିଟିର ଅର୍ଥ ଅନିୟମିତତା ମାମଲାରେ ଭୁବନେଶ୍ବର ସେମତ ୧୦ ସ୍ଥାନରେ ଚଢାଉ କରାଯାଇଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *