ଟ୍ୱିନ୍ ସିଟିରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କମିଶନରେଟ୍ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ପ୍ରକ୍ରିୟା ଏବଂ ଡିପୋର୍ଟେସନ ଅଭିଯାନକୁ ପୋଲିସ ଆହୁରି ଜୋରଦାର କରିଛି।

ଏହାରି ମଧ୍ୟରେ ଆଉ ୬ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ବାଂଲାଦେଶୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ସେମାନଙ୍କୁ କଟକ ଜିଲ୍ଲାର ଆଠଗଡ଼ଠାରେ ରଖାଯାଇଛି। ଏହାକୁ ମିଶାଇ ଅଦ୍ୟାବଧି ଟ୍ୱିନ୍ ସିଟି ଅଞ୍ଚଳରୁ ମୋଟ ୪୮ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ବିଏସ୍‌ଏଫ୍‌ ଓ ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରି ବିଦା ନିଷ୍ପତ୍ତି ନିଆଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *