Representational Image

ଢେଙ୍କାନାଳ: ଇଟାଭାଟିରେ ଶ୍ଵାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳଙ୍ଗ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ କଣ୍ଟାବଣିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳଙ୍ଗ ଗାଁ ନିକଟରେ ଥିବା ଏକ ଇଟାଭାଟିରେ ଏଭଳି ଅଘଟଣ ଘଟିଛି । ହାତୀ ଭୟରେ ଇଟାଭାଟି ଉପରେ ଶ୍ରମିକ ଶୋଇଥିଲେ । ସେହି ସମୟରେ ଇଟାଭାଟିରେ ନିଆଁ ଲଗାଇଦେବାରୁ ସମସ୍ତେ ଶ୍ବାସରୁଦ୍ଧ ହୋଇ ଯାଇଥିଲେ । ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ମଧ୍ୟରେ ବାପା-ମା’ଙ୍କ ସହ ଦୁଇ ଶିଶୁ ଥିବା ଜଣାପଡିଛି । ସମସ୍ତ ମୃତକ ଛତିଶଗଡର ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *