ନଭେମ୍ବର ଶେଷ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ନଭେମ୍ବର ଶେ‌ଷ ସୁଦ୍ଧା ଆହୁରି ୨୦ ଲକ୍ଷ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ। ଏମାନଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏହା ସହ ଆଗାମୀ ଡିସେମ୍ବର ସୁଦ୍ଧା କୋଟିଏରୁ ଅଧିକ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା।

ଏଣେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ତିନିଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆଣିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ସୂଚନଯୋଗ୍ୟ; ଗତକାଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଶୁଭଦ୍ରା ଯୋଜନାରେ ବାଦ୍‌ ପଡିଥିବା ସବୁ ଅଙ୍ଗନବାଡି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିବେନି । ଏବଂ ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍‌ ହେବ। ବାରମ୍ବାର ଚେକ୍‌ ହେବ, କେହି ବି ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ ।

Leave a Reply

Your email address will not be published. Required fields are marked *