ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ହୋଇଥିଲା।

୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ପ୍ରତିଦ୍ୱନ୍ଦିତା କରିଥିଲେ ୨୪୩ ପ୍ରାର୍ଥୀ । ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ରାଜ୍ୟରେ ୪ ସଂସଦୀୟ କ୍ଷେତ୍ରରେ ମୋଟ ୭୩.୯୭ ପ୍ରତିଶତ ମତଦାନ ହୋଇଛି । ଏହାପରେ ଇଭିଏମରେ ସିଲ୍‌ ହୋଇଛି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ।ବ୍ରହ୍ମପୁର ୬୩.୩୪% , କଳାହାଣ୍ଡି ୭୫.୭୧%, କୋରାପୁଟ ୭୬.୯୮%, ନବରଙ୍ଗପୁର ୮୦.୨୨% ମତଦାନ ହୋଇଥିଲା।

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହା ସହିତ ରାଜ୍ୟରେ ୭୩.୫୧ % ଭୋଟିଂ ରେକର୍ଡ ହୋଇଛି । ମତଦାନ ପରେ ଇଭିଏମରେ ସିଲ୍‌ ହୋଇଛି ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ । ସେଥିମଧ୍ୟରୁ ୨୨୪ପୁରୁଷ ପ୍ରାର୍ଥୀ ଥିବା ବେଳେ ୪୧ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ବରଗଡ଼ ସଂସଦୀୟ କ୍ଷେତ୍ରରେ ୭୯.୭୮ % ମତଦାନ ହୋଇଥିବା ବେଳେ ଆସ୍କାରେ ୬୨.୬୭%, କନ୍ଧମାଳ ୭୪.୧୬%, ବଲାଙ୍ଗୀରରେ ୭୭.୫୨% ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ୭୩.୦୨ % ମତଦାନ ହୋଇଛି।

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକ ସଭା ଆସନ ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ଭୋଟହାର ୭୪.୪୫% ରହିଛି। ୬ ଲୋକ ସଭା ଆସନ ମଧ୍ୟରୁ ଭୁବନେଶ୍ୱରରେ ୬୪.୪୯%, କଟକରେ ୭୧.୨୦%, ଢେଙ୍କାନାଳରେ ୭୮.୦୧%, କେନ୍ଦୁଝରରେ ୭୮. ୯୭.%, ପୁରୀରେ ୭୫.୪୩% ଏବଂ ସମ୍ବଲପୁରରେ ୭୯.୫୦% ମତଦାନ ହୋଇଛିି। ଏହି ପର୍ଯ୍ୟାୟରେ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସର୍ବାଧିକ ଭୋଟହାରକୁ ଦେଖିଲେ ଆଠଗଡ଼ରେ ୮୧ .୧୬ %,ଆଠମଲ୍ଲିକ ୮୫.୬୯% ,ବ୍ରହ୍ମଗିରି ୮୧.୨୫ %, ଛେଣ୍ଡିପଦାରେ ୮୪.୩୬ %, ଘସିପୁରାରେ ୮୦.୯୬%, ଜୟଦେବ ୮୦.୭୭ %, କେନ୍ଦୁଝର ୮୦.୫୦% ,ଖଣ୍ଡପଡ଼ାରେ ୮୦.୮୮%, କୁଚିଣ୍ଡାରେ ୮୯.୮୮%, ପାଲଲହଡ଼ାରେ ୮୨ .୯୮%, ପରଜଙ୍ଗରେ ୮୦.୫୦%, ରେଙ୍ଗାଲିରେ ୮୨ .୧୯%, ତେଲକୋଇରେ ୮୦.୬୫% ମତଦାନ ହୋଇଛି ।

ସବୁଠାରୁ କମ ଭୋଟହାର ହୋଇଥିବା ସ୍ଥାନ ଗୁଡିକ ହେଲା , ବାରବାଟୀ ୫୭. ୪୮%, ଭୁବନେଶ୍ୱର-ମଧ୍ୟ ଆସନରେ ୫୧.୨୮ %, ଭୁବନେଶ୍ୱର-ଉତ୍ତରରେ ୫୩. ୯୩ %, ଚୌଦ୍ୱାର-କଟକରେ ୫୯. ୭୩ %,ଭୁବନେଶ୍ୱର-ଏକାମ୍ରରେ ୫୬.୪୨ % ମତଦାନ ହୋଇଛି ।

ଓଡିଶା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ସରିଛି ମତଦାନ । ଇଭିଏମରେ ସିଲ ହେଲା ୬୬ ସାଂସଦ ପ୍ରାର୍ଥୀ ଓ ୩୯୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଚତୃର୍ଥ ପର୍ଯାୟ ସାଧାରଣ ନିର୍ବାଚନ ଶେଷ ହୋଇଥିବା ବେଳେ ମୋଟ ମତଦାନ ହାର ୭୪.୪୧% ରହିଥିବା ଜଣା ପଡ଼ିଛି।

ପୋଷ୍ଟାଲ ବାଲାଟକୁ ବାଦ ଦେଇ ଏହି ହାର ପ୍ରକାଶ କରିଛନ୍ତି ସିଇଓ। ଏହି ତଥ୍ୟ ଅନୁଯାୟୀ ରାଜ୍ୟରେ ସବୁଠୁ ଅଧିକ ବାଲେଶ୍ବରରେ ୭୬.୭୭% ମତଦାନ ହୋଇଥିବା ବେଳେ ମୟୂରଭଞ୍ଜରେ ୭୫.୭୯% ଓ ଜଗତସିଂହପୁରରେ ୭୫.୪୮% ମତଦାନ ରେକଡ୍ କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ାରେ ସବୁଠୁ କମ୍ ୭୧.୨୨% ମତଦାନ ହୋଇଥିବା ବେଳେ ଭଦ୍ରକରେ ୭୩.୨୩% ଓ ଯାଜପୁର ୭୪.୪୭% ମତଦାନ ହୋଇଛି ।
୨୦୧ ୯ ରେ ରାଜ୍ୟରେ ୭୩.୨ ୯ % ମତଦାନ ହୋଇଥିଲା । ୨୦୧୯ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର ଅଧିକ ରହିଛି।

By SonaliP

Leave a Reply

Your email address will not be published. Required fields are marked *