ରାଜ୍ୟରେ ଗତ ଦୁଇ ବର୍ଷରେ ସାପ କାମୁଡ଼ାରେ ଗଲାଣି ୧୮୫୯ ଜଣଙ୍କ ଜୀବନ। ଆଜି ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ଯରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁବରଣ କରିଛନ୍ତି। ୧୧୫୦ଜଣଙ୍କ ମଧ୍ୟରୁ ୧୦୨୨ ଜଣ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଯାଞ୍ଚ ପରେ ୨୨ଟି ମାମଲା ପ୍ରତ୍ୟାଖ୍ୟାନ କରାଯାଇଛି, ଏବଂ ୧୦୬ଟି ମାମଲା ବିଭିନ୍ନ ସ୍ତରରେ ବିଚାରାଧୀନ ଅଛି। ସେହିପରି ୨୦୨୪-୨୫ରେ ସାପ କାମୁଡ଼ାରେ ୭୦୯ ଜଣଙ୍କ ଜୀବନ ଯାଇଛି। ଏଥି ମଧ୍ଯରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୮ଟି ମାମଲା ଖାରଜ କରାଯାଇଛି ଏବଂ ଡକ୍ୟୁମେଣ୍ଟ ଅଭାବରୁ ୨୬୬ଟି ମାମଲା ବିଚାରାଧୀନ ଅଛି।୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମୃତ୍ଯୁ ବରଣ କରିଛନ୍ତି। Post navigation ଯୁକ୍ତ ୨ ପରେ ବି.ଏଡ଼ କରିପାରିବେ ଛାତ୍ରଛାତ୍ରୀ ବିଜେପି ସରକାରର ଓଡ଼ିଆ ଅସ୍ମିତା ଗଲା କୁଆଡେ: ବିଜେଡି