ଏକ ନିର୍ଦ୍ଦିଷ୍ଟ ମିଶନରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପ୍ରଚାର ପୂର୍ବରୁ ଜୋଶ୍ ଭରିବା ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସେ। ସେତେବେଳେ ମିଶନ ଭିନ୍ନ ଥିଲା,  ଜୋଶ୍ ଭାରି ନିର୍ବାଚନ ଜିଣିବା । କିନ୍ତୁ ଏଥର ଦଳ ଭିତରେ, ବିଧାୟକଙ୍କ ଭିତରେ ଯେଉଁସବୁ ଅସଙ୍ଗତି ଦେଖାଦେଇଛି ତାକୁ ଦୂର କରିବା ପାଇଁ ଏକ ସତନ୍ତ୍ର ମିଶନରେ ଆସିଥିଲେ କାର୍ଯ୍ୟାଳୟ । ସ୍ପଷ୍ଟ କରିଦେଲେ ଯେ ବଦଳି ପୋଷ୍ଟିଂରେ ଯଦି ମତିବ ନେତା ହୋଇପାରିବ ନାହିଁ ।

ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିଥିଲେ ମୋଦୀ । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସାଗତ ସମ୍ବର୍ଦ୍ଧନା କରାଯାଇଥିଲା, ସମ୍ବଦ୍ଧନା ସଭାରେ ସେ ଅଭିଭାଷଣ ରଖିଥିଲେ । ଜୋଶ୍ ଭରା କଥା କହିଲେ । ପରେ ରାଜଭବନକୁ ଯାଇଥିଲେ । ସନ୍ଧ୍ୟା ୬ଟା ୨୫ରେ ରାଜଭବନରୁ ବାହାରି ଥିଲେ ରାଜ୍ୟ କାର୍ଯ୍ୟାଳୟକୁ । ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ରହିଲେ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ଆସିଥିଲେ ରାଜ୍ୟ କାର୍ଯ୍ୟାଳୟକୁ । ତାଙ୍କ ପାଖରେ ପକ୍କା ଖବର ଅଛି ଯେ ମୋହନ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଗୋଟିଏ ବଡ଼ ପ୍ରଭାବଶାଳୀ ଗୋଷ୍ଠୀ ଅହରହ ଚେଷ୍ଟା କରି ଆସୁଛି । ସେଥ‌ିପାଇଁ ସେ ଆଜି ଏକ ଭିନ୍ନ ତରିକାରେ ମନ୍ତ୍ର ପରେ ମନ୍ତ୍ର ଦେଇଚାଲିଲେ । ପ୍ରଥମେ ପଚାରିଥିଲେ ୬୦ ବର୍ଷରୁ ଅଧିକ କେତେଜଣଙ୍କର ହେଲାଣି । କିଛି ମନ୍ତ୍ରୀ, ବିଧାୟକ, ସାଂସଦ ଓ ନେତା ହାତ ଟେକିଲେ । ପଚାରିଥିଲେ ଆପଣ କେତେଥର ହସ୍ପିଟାଲ ଯାଉଛନ୍ତି । ଘରେ କିଏ କିଏ ଅଛନ୍ତି । ଝିଅ ଅଛନ୍ତି କି ନାହିଁ ?

ଏହା ସହ ପରାମର୍ଶ ଦେଇଥିଲେ ଏବେ ପରିବାର ପ୍ରତି ଧ୍ୟାନ ଦିଅନ୍ତୁ । ଆପଣମାନେ ବହୁତ ପରିଶ୍ରମ କରିଛନ୍ତି । ଦଳ ପାଇଁ ପରିଶ୍ରମ କରିଛନ୍ତି ଏବେ ପରିବାର ପାଇଁ ସମୟ ଦିଅନ୍ତୁ । ମୋଦୀ କହି ଥିଲେ, ଛୋଟ ଛୋଟ ସମସ୍ୟା ନେଇ ଆପଣମାନଙ୍କ ଉପରେ ଚାପ ପଡ଼ିଥିବ, ଯଦି ଆପଣ ପୂରଣ କରି ପାରୁ ନଥିବେ ତେବେ ଲୋକେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେଉଥିବେ ଆପଣ ଅଧିକରୁ ଅଧିକ ନିଯୁକ୍ତି ବଦଳିରେ ସମୟ ଦେଇଥିବେ । ମନେ ରଖନ୍ତୁ ନିଯୁକ୍ତି ବଦଳି ସରକାରଙ୍କ କାମ । ସରକାର ଯାହାକୁ ଚାହିଁବେ ତାକୁ ନିଯୁକ୍ତି ଦେବେ, ବଦଳି କରିବେ । ସେ କାମ ଆପଣ ଛାଡ଼ନ୍ତୁ । ଯଦି ଆପଣ ମାନେ ସେଥି ଅଧିକ ସମୟ ଦେବେ ତେବେ ଆପଣମାନେ ନେତା ହୋଇପାରିବେ ନାହିଁ । ଏଥିପାଇଁ ସେ କେତେକ ଉଦାହରଣ ମଧ୍ୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *