ଓଡ଼ିଶାରେ ପହଞ୍ଚି ଚିଲିକାରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଚିଲିକା ବାଣପୁର ସଭାରେ ଯୋଗ ଦେଉ ଦେଉ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ , ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଦରକାର। ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରିନାହାନ୍ତି। ଏଠାରେ କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ମାଇନିଂ ନୁହଁ, ଏଠାରେ ରତ୍ନଭଣ୍ଡାର ଚାବି ବି ହଜାଇ ଦେଇଛନ୍ତି। ମୋଦିଙ୍କ ନେତୃତ୍ୱରେ ସୁରକ୍ଷା, ସମ୍ମାନ, ବିକାଶ ଦେଶର ହୋଇଛି। ଏ ମୋଦିଙ୍କ ଭାରତ, ଏଠାରେ ଯିଏ ବଦମାସୀ କରିବ ସେମାନଙ୍କୁ ସାବାଡ କରାଯିବ। ଉତ୍ତରପ୍ରଦେଶ ପରି ବୁଲ୍‌ଡୋଜର ଚଢ଼ାଇ ଦିଆଯିବ। ଡବଲ ଇଞ୍ଜିନ ସରକାରରେ କି ପ୍ରକାର ଲାଭ ହୁଏ ତାହା ଉତ୍ତରପ୍ରଦେଶ ସରକାର କରି ଦେଖାଇଛି । ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି।

ସେ ଆହୁରି କହିଛନ୍ତି କହିଛନ୍ତି ଏଠି ତ ବିଜେଡି ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା । ଓଡ଼ିଶାରେ ବାବୁମାନଙ୍କ ସରକାର ଚାଲିଛି । ଯେଉଁଠି ବାବୁରାଜ ଚାଲେ ସେଠି ଲୋକ ଉତ୍ପୀଡ଼ିତ ହୁଅନ୍ତି । ଜନ ପ୍ରତିନିଧିମାନଙ୍କ ଦ୍ୱାରା ହିଁ ଶାସନ ଚାଲିବା ଦରକାର । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି ଓଡ଼ିଶାରେ । ଯାହା କେବେ ବି ଗ୍ରହଣୀୟ ନୁହେଁ । ବିଜେଡି ତୁଷ୍ଟୀକରଣର ରାଜନୀତି କରୁଛି କହିଲେ ଯୋଗୀ । ଓଡ଼ିଶାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କିଭଳି ପରିବର୍ତ୍ତନ ଆସୁଛି ତାହା ଦେଶବାସୀ ଦେଖୁଛନ୍ତି । ବିଶ୍ୱରେ ଭାରତର ସମ୍ମାନ ବଢିଛି । ଭାରତର ସୀମାକୁ ସୁରକ୍ଷିତ କରାଯାଇଛି । ଆତଙ୍କବାଦୀଙ୍କୁ ଶାସ୍ତି ଦିଆଯାଇଛି। ପାକିସ୍ତାନ ମଧ୍ୟ ଜାଣିଛି, ଏହା ନୂଆ ଭାରତ । ନୂଆ ଭାରତ କାହା ସହିତ ପ୍ରଥମେ ପ୍ରହାର କରେ ନାହିଁ। କିନ୍ତୁ କିଏ ପ୍ରହାର କଲେ ନିଜର ଶକ୍ତିର ପ୍ରୟ‌ୋଗ କରିଥାଏ।

ମୋଦୀଙ୍କ ନେତୃତ୍ୱରେ ଦେଶରେ ବିକାଶ ପର୍ବ ଆରମ୍ଭ ହୋଇଛି । ବିକାଶମୂଳକ କାମର ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଯୋଗୀ ଆଦିତ୍ୟନାଥ ଆହ୍ୱାନ ଦେଇଛନ୍ତି। ମୋଦୀ ଦେଶର ୬୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି । ଭାରତରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି।

ଦେଶରେ ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦେଶର ୧୨ଟି ରାଜ୍ୟ ବୁଲି ସାରିଲିଣି, ସବୁଠି ଗୋଟିଏ ସ୍ୱର ଶୁଭୁଛି ପୁଣିଥରେ ମୋଦୀ ସରକାର, ଅବ କି ବାର ୪୦୦ ପାର । ସମ୍ବିତ ପାତ୍ରଙ୍କୁ ବିଜୟୀ କରି ସଂସଦ ପଠାନ୍ତୁ, ସେ ପୁରୀକୁ ଅଯୋଧ୍ୟା ଭଳି ଭବ୍ୟ ଓ ଆଧ୍ୟାତ୍ମିକ ସହର ଭାବେ ଗଢି ତୋଳିବେ ।

Leave a Reply

Your email address will not be published. Required fields are marked *