ଭୁବନେଶ୍ଵରବାସୀଙ୍କୁ ଅତିଷ୍ଠ କଲାଣି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ IVR ଫୋନ୍ କଲ। ଥରେ ନୁହଁ କି ଦୁଇଥର ନୁହଁ ଦିନକୁ ୮-୧୦ରୁ ଅଧିକ ଥର ଆସୁଛି ସମାନ ଫୋନ୍ କଲ। ଘନ ଘନ ଫୋନ୍ ବଜୁଛି ଉଠେଇବା ପରେ ଶୁଭୁଛି ନମସ୍କାର, ମୁଁ କ୍ୟାପଟେନ ମନ୍ମଥ ରାଉତ କହୁଥିଲି।” ଏହାପରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଖୋଲା ଖୋଲି କୁହାଯାଉଛି। ଏପରି କରି ଭୋଟ ପାଇଁ ଲୋକଙ୍କୁ ମାନସିକ ଚାପ୍ ଦେଉଛନ୍ତି ବିଜେଡି ପ୍ରାର୍ଥୀ ବୋଲି ଅଭିଯୋଗ ହେଲାଣି ।

ଏହି ଫୋନ୍ କଲକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି ଅସନ୍ତୋଷ ଓ ମାଳମାଳ ପୋଷ୍ଟ। କିଏ କହୁଛି ମୁଁ ଭୁବନେଶ୍ବର ସାଂସଦ ପାଇଁ “NOTA” ରେ ଭୋଟ ଦେବାକୁ ଚିନ୍ତା କରିଥିଲି, ହେଲେ ବାରମ୍ବାର କ୍ୟାପଟେନ ମନ୍ମଥ ରାଉତ ଠାରୁ IVR କଲ୍ ଆସିଲା ପରେ ଭୋଟ ଅପରାଜିତା ଷଡ଼ଙ୍ଗୀକୁ ଦେଇ ଦେବି ଭାବୁଛି, ପୁଣି କିଏ ଲେଖିଛି ଏ ୨୫ ତାରିଖ କେବେ ଆସିବ ଏହି IVR କଲ୍ ର ଲେଖା ଛିଡିବ।

ସୁର ପୁଅ ମନ୍ମଥ ହାରିଲେ ନଡ଼ିଆ ବାଡାନ୍ତି ବୋଲି କେହି କେହି ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି। ଲୋକଙ୍କ ମୁଡ୍ ଦେଖିଲେ ଲାଗୁଛି ଏଇ ଫୋନ କଲ୍ ମନ୍ମଥଙ୍କ ପାଇଁ ଲାଭ କଣ ଦେବ ଜଣା ନାହିଁ ହେଲେ ବିଜେଡି ବିରୋଧୀ ମତଦାନ ଜୋର ହେବ।

By Nirvay

Leave a Reply

Your email address will not be published. Required fields are marked *