ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ନେଇ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ ପାଇଛି। ଆସନ୍ତା ୨୫ ତାରିଖ ଅପରାହ୍ନରେ ସେ ଓଡ଼ିଶା ଆସି ଖୋର୍ଦ୍ଧାର ଜଟଣୀଠାରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ‘ଗ୍ରୀନଫିଲ୍ଡ ଡାଟା ସେଣ୍ଟର’ ଏବଂ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିବେ। ସୂଚନାାନୁସାରେ, ପ୍ରଧାନମନ୍ତ୍ରୀ ୨୫ ତାରିଖ ଅପରାହ୍ନ ୪ଟା ୧୦ ମିନିଟରେ ବିମାନ ଯୋଗେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଅପରାହ୍ନ ୪ଟା ୧୫ ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟରରେ ଖୋର୍ଦ୍ଧା ବାହାରି ୪ଟା ୩୫ରେ ପହଞ୍ଚିବେ । ୪ଟା ୪୫ରେ ଖୋର୍ଦ୍ଧା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଆରବିଆଇ କାର୍ଯ୍ୟକ୍ରମରେ ପ୍ରାୟ ଘଣ୍ଟାଏ ସମୟ ଉପସ୍ଥିତ ରହିବେ। ଖୋର୍ଦ୍ଧାରେ ନିର୍ମିତ ଏହି ହାଇଟେକ୍ ଡାଟା ସେଣ୍ଟର ଦେଶର ଆର୍ଥିକ ତଥ୍ୟ ସୁରକ୍ଷା ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସ୍ଥଳ ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। Post navigation Low Pressure Forms Over Bay of Bengal: ୨୬ରେ ବାତ୍ୟା ସମ୍ଭାବନା; ଓଡ଼ିଶା ଓ ଆନ୍ଧ୍ର ଉପକୂଳ ପାଇଁ ବଢ଼ିଲା ସତର୍କତା