ଚଳନ୍ତା ଟ୍ରେନରେ ପ୍ରସବ କରିଛନ୍ତି ଜଣେ ମହିଳା ଯାତ୍ରୀ । ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସ ଭିତରେ ମହିଳା ଯାତ୍ରୀ ଶିଶୁପୁତ୍ର ଜନ୍ମ କରିଛନ୍ତି। କିଛି ସମୟ ବ୍ୟବଧାନରେ ଟ୍ରେନ୍ ଯାତ୍ରୀ ଜଣକ ଦୁଇଟି ସନ୍ତାନ ପ୍ରସବ ଗୋଟିଏ ଟ୍ରେନ୍ ଭିତରେ, ଅନ୍ୟଟି ଆମ୍ବୁଲାନ୍ସରେ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ଜେନେରାଲ୍ କୋଚ୍ରେ ଯାତ୍ରା କରିବା ସମୟରେ ମହିଳାଙ୍କର ହଠାତ୍ ପ୍ରସବ ବେଦନା ହୋଇଥିଲା । ରେଲ୍ ମଦଦ୍ ଯୋଗେ ସୂଚନା ଦେବା ପରେ କଟକ ରେଳ ଷ୍ଟେସନରେ ଆରପିଏଫ୍ ର ଏକ ଟିମ୍ ତୁରନ୍ତ ପହଞ୍ଚିଥିଲା। ହେଲେ ସେତେବେଳକୁ ମହିଳା ଜଣକ ଟ୍ରେନ୍ ଭିତରେ ହିଁ ଏକ ଶିଶୁ ପୁତ୍ର ପ୍ରସବ କରିସାରିଥିଲେ। ଗୋଟିଏ ସନ୍ତାନ ଜନ୍ମ ହେବା ପରେ ପୁଣି ପ୍ରସବ ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ SCB ପଠାଯାଇଥିଲା । ହସ୍ପିଟାଲ ନେବା ବାଟରେ ଆମ୍ବୁଲାନ୍ସରେ ଦ୍ୱିତୀୟ ଶିଶୁକୁ ଜନ୍ମ ଦେଇଥିଲେ ମହିଳା । ମାଆ ଓ ଜଣେ ନବଜାତ ସୁସ୍ଥ ଥିବା ସୂଚନା ମିଳିଛି । Post navigation Student Death Case in Berhampur: ଅଡୁଆରେ ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରା; ଛାତ୍ରୀଙ୍କୁ ପ୍ରେମ, ପ୍ରତାରଣା ପରେ ଆତ୍ମହତ୍ୟା ପାଇଁ ପୋତ୍ସାହିତ ଅଭିଯୋଗ