ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଆରମ୍ଭ କରିବାକୁ ଯାଉଛି ନୂଆ ଯୋଜନା “ମୋ ଗାଁ ମୋ ତହସିଲ”। ଏଣିକି ତହସିଲ ଅଫିସ ନିଜେ ଗାଁକୁ ଯିବ। ଏହି ଯୋଜନା ମାଧ୍ୟମରେ ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗାଁରେ ପହଞ୍ଚିବେ ଅଧିକାରୀ ।ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସୁଥିବା ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ଘର ପାଖରେ ରାଜସ୍ୱ ସେବା ପାଇପାରିବେ। ପ୍ରତି ବ୍ଲକରେ ପ୍ରତି ମାସରେ ପ୍ରାୟ ୨୦୦ଟି କ୍ୟାମ୍ପ ଆୟୋଜନ କରାଯିବ। ଏହି କ୍ୟାମ୍ପରେ ଜମିଜମା ବିବାଦ, ପଟ୍ଟା, ମ୍ୟୁଟେସନ, ରେକର୍ଡ ସଂଶୋଧନ ସହ ଅନ୍ୟାନ୍ୟ ରାଜସ୍ୱ ସମସ୍ୟାର ତୁରନ୍ତ ସମାଧାନ କରାଯିବ। କେବଳ କ୍ୟାମ୍ପ ନୁହେଁ, ଏହି ଯୋଜନାକୁ ସଫଳ କରିବା ପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଉଛି। ସେମାନେ ଜିଲ୍ଲା ଗସ୍ତ କରିବେ, ଗାଁରେ ରାତି ରହିବେ ଓ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବେ। ଫଳରେ ଲୋକଙ୍କ ସମସ୍ୟାର ସମାଧାନ ଅଧିକ ତ୍ୱରିତ ହେବ Post navigation Tangi Office Row: ସରକାରୀ ଅଧିକାରୀଙ୍କୁ ବାରମ୍ବାର ବିଜେପି ନେତା ଦୁର୍ବ୍ୟବହାର କରିବା ନିନ୍ଦନୀୟ: ବିଜେଡି