ବିପଦ ସଙ୍କୁଳ ଅବସ୍ଥାରେ କୌଣସି ନଦୀବନ୍ଧ ଏବଂ ବ୍ୟାରେଜ୍ ଉପରେ ଭିଡିଓ କରିବା ମନା । ବନ୍ୟା ସମୟରେ ଭିଡ଼ିଓ କରିବା ଉପରେ କଟକ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ଏ ନେଇ ଆଜି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେଵ ସିନ୍ଧେ ।

ସେ କହିଛନ୍ତି ବର୍ତ୍ତମାନ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଅଘଟଣ ଘଟିବାର ଆଶଙ୍କା ରହିଛି । ତେଣୁ କୌଣସି ବ୍ୟକ୍ତି ନଦୀ ବନ୍ଧ କିମ୍ବା ବ୍ୟାରେଜ୍ ଉପରେ ଭଡ଼ିଓ କରିପାରିବେ ନାହିଁ । ବାଲିଯାତ୍ରା ତଳ ପଡ଼ିଆ ପାଇଁ ମଧ୍ୟ ସମାନ କଟକଣା ଲାଗୁ କରାଯାଇଛି । କୌଣସି ନଦୀବନ୍ଧ ଏବଂ ବ୍ୟାରେଜ୍ ଉପରେ ଭିଡ଼ିଓ କଲେ ଫାଇନ୍ ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *