୧୫ ତାରିଖରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି । ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଏକ ଗୁରୁତ୍ୱପୂର୍ଣ୍ଣ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ ସମୟରେ ସେ ଓଡ଼ିଶା ବିଧାନସଭା ପରିସରରେ ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୧୬ ତାରିଖ ଦିନ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନବନିର୍ବାଚିତ ବିଧାୟକମାନଙ୍କୁ ସଂସଦୀୟ କାର୍ଯ୍ୟପ୍ରଣାଳୀ, ଆଇନ ପ୍ରଣୟନ ଏବଂ ବିଧାନସଭା କାର୍ଯ୍ୟକଳାପ ସମ୍ପର୍କରେ ସଚେତନ ଓ ଅଭିଜ୍ଞ କରିବା । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ ବିଧାନସଭା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି। Post navigation मध्य प्रदेश में आग की घटनाओं में दो परिवारों के 12 लोगों की मौत