Odisha to launch Aadhaar grievances hearings from Feb 16

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର କାର୍ଡ ଅପଡେଟ୍ ସମୟସୀମା ବୃଦ୍ଧି କରିଛf। ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟସୀମା ବଢାଯାଇଛି। ଏହି ତାରିଖ ସୁଦ୍ଧା ମାଗଣାରେ ନୂଆ ଆଧାରକାର୍ଡ କିମ୍ବା ଆଧାରକାର୍ଡ ଅପଡେଟ୍ କରିପାରିବେ।କେଉଁମାନେ ଆଧାରକାର୍ଡ ଅପଡେଟ୍ କରିବେ?

ଆଧାର ଏନଲୋରମେଣ୍ଟ ଆଣ୍ଡ ଅପଡେଟ ରେଗୁଲେସନ, ୨୦୧୬ ଅନୁଯାୟୀ, ଆଧାରକାର୍ଡଧାରୀ ଆଧାର ଏନରୋଲମେଣ୍ଟର ତାରିଖଠାରୁ ପ୍ରତି ଦଶ ବର୍ଷରେ ସେମାନଙ୍କର POI(ପରିଚୟପତ୍ର ପ୍ରମାଣ) ଏବଂ POA(ଠିକଣା ପ୍ରମାଣ) ଡକ୍ୟୁମେଣ୍ଟଗୁଡ଼ିକୁ ଅପଡେଟ୍ କରିବା ଜରୁରୀ।୫ରୁ ୧୫ ବର୍ଷ ବୟସର ବ୍ଲୁ ଆଧାରକାର୍ଡଧାରୀ ମଧ୍ୟ ଏକ ଚାଇଲ୍ଡ ବାୟୋମେଟ୍ରିକ୍ ବିବରଣୀ ଅପଡେଟ୍ କରିପାରିବେ।ଏହା ବ୍ୟତୀତ, ଯେଉଁମାନଙ୍କର ଆଧାରକାର୍ଡରେ ନାମ, ଠିକଣା, ଜନ୍ମ ତାରିଖ/ବୟସ, ଲିଙ୍ଗ, ମୋବାଇଲ୍ ନମ୍ବର, ଇମେଲ୍ ଠିକଣା, ରିଲେସନସିପ୍ ଷ୍ଟାଟସ୍ ପରିବର୍ତ୍ତନ କରିବାକୁ ଚାହୁଁଥିବେ ସେମାନେ ଅପଡେଟ୍ କରିପାରିବେ।

ଆଧାରକାର୍ଡ ହେଉଛି ଭାରତୀୟ ବାସିନ୍ଦାଙ୍କ ପରିଚୟ। ଏହି କାର୍ଡ ମାଧ୍ୟମରେ ସରକାରୀ ସେବା ତଥା ଆର୍ଥିକ କାର୍ଯ୍ୟ ସୁରକ୍ଷିତ ଭାବେ ପରିଚାଳନା କରାଯାଏ। ଆଧାରକାର୍ଡ ଅପଡେଟ୍ ରଖିବା ଦ୍ୱାରା ଠକାମିରୁ ରକ୍ଷା ପାଇପାରିବେ। ଏଥିପାଇଁ UIDAI ପକ୍ଷରୁ ପ୍ରତିବର୍ଷ ଆଧାରକାର୍ଡ ଅପଡେଟ୍ କରାଯାଇଥାଏ।

By Nirvay

Leave a Reply

Your email address will not be published. Required fields are marked *