ମାଥିଲି ଥାନା ଅଂଚଳର ଗୁମ୍ମାଝରଣ ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ସେଲଫି ନେବା ବେଳେ ପାଣିରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି।ଘଟଣା ଅନୁଯାୟୀ ଆଜି ସକାଳେ ଜୟପୁର ସହର ବାସିନ୍ଦା ବାଳକୃଷ୍ଣ ସାହୁଙ୍କ ପରିବାର ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ଏହି ପରିବାରର ଦୁଇ ଭାଇ ପ୍ରଦୀପ ସାହୁ(୩୪) ଏବଂ ସାନଭାଇ ସଂଦୀପ ସାହୁ(୩୦) ଜଳପ୍ରପାତ ନିକଟରେ ସେଲଫି ଉଠାଉଥିଲେ। ସେମାନଙ୍କ ମଧ୍ୟରୁ ସାନ ଭାଇର ଗୋଡ ଖସିବାରୁ ପାଣିରେ ଖସିଯାଇଥିଲା। ଭାଇକୁ ବଞ୍ଚାଇବା ପାଇଁ ବଡ ଭାଇ ପାଣିରେ ଡେଇଁଥିଲା।

ତେବେ ଦୁହେଁ ପାଣିରେ ବୁଡିଯାଇଥିଲେ। ଦୁଇ ଭାଇ ପାଣିରୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରିନପାରି ବୁଡିଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମାଥିଲି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ହେଲେଦୁଇ ଭାଇଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ କରାଇଛି।

Leave a Reply

Your email address will not be published. Required fields are marked *