ଅକ୍ଟୋବର ୩୧ ତାରିଖ ଜାତୀୟ ଏକତା ଦିବସ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୯ତମ ଜନ୍ମ ଜୟନ୍ତି । ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଏକତା ଦିବସ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟରେ ଗୁଜୁରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏକତାର ଶପଥ ଦେଇଛନ୍ତି। । ଏହି ଅବସରରେ ସେ କହିଛନ୍ତି, ସର୍ଦ୍ଦାର ପଟେଲ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେବେ। ଦେଶର ଏକତା, ଅଖଣ୍ଡତା ଓ ରାଷ୍ଟ୍ରୀୟ ସମର୍ପଣକୁ ସୁରକ୍ଷିତ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଦରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ଯୋଗଦାନ ଦେଇ ସୁନଶ୍ଚିତ କରିବାର ସଂକଳ୍ପ ନିଅନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ ଏକତା ଦିବସ ଅବସରରେ ଶପଥ ଦେଇ କହିଛନ୍ତି, ମୁଁ ସତ୍ୟ ନିଷ୍ଠାର ସହିତ ଶପଥ ନେଉଛି ଯେ, ମୁଁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ସ୍ବୟଂକୁ ସମର୍ପିତ କରିବି ଓ ନିଜର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତାର ପ୍ରସାରଣ ପାଇଁ ସବୁବେଳେ ଉଦ୍ୟମ କରିବି। ଏହା ପରେ ଏକତା ଦିବସ ପରେଡ୍ ସାମିଲ୍ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସାମରିକ ପରେଡ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଦେଶରୁ ୧୬ଟି ଶୋଭାଯାତ୍ରା ଦଳ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ସଶସ୍ତ୍ର ବାହିନୀ ମଧ୍ୟ ଅନେକ ବୀରତ୍ୱ ପ୍ରଦର୍ଶନ କରିଥିଲା। ଭାରତୀୟ ବାୟୁସେନାର ବିମାନ ଫ୍ଲାଇପାଷ୍ଟ କରି ସର୍ଦ୍ଦାର ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ୯ ରାଜ୍ୟ ଏବଂ ୧ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଏନସିସି ସାମିଲ୍ ହୋଇଥିଲେ ।ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା ‘ସୂର୍ଯ୍ୟ କିରଣ’ ଫ୍ଲାଇପାଷ୍ଟ ଦେଖିବାକୁ ମିଳିଛି | Post navigation ଆଜି ପବିତ୍ର ଦୀପାବଳି : ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରକୀୟାରୁ ୫ ଜଣଙ୍କୁ ହତ୍ୟା ଘଟଣା; ୧୩ ଅଟକ