ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି। ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି। ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯୋଗୁଁ ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେଉଛି। ଏହି କ୍ରମରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ କମ ରହିବ। ୧୦ ଜିଲ୍ଲାକୁ ଆର୍ଲଟ ଜାରି, ଘରୁ ବାହାରୁ ଥିଲେ ସତର୍କ। କିଛି ସ୍ଥାନର ପ୍ରାକ୍‌ ମୌସୁମି ବର୍ଷା ସମ୍ଭାବନା ରହିଛି। ୧୮ ଓ ୧୯ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ।

ବିଶେଷକରି ଦକ୍ଷିଣ ଓଡ଼ିଶାର ଵିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୧୮ ତାରିଖରେ କୋରାପୁଟ, ମାଲକାନଗିରି ରାୟଗଡାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ଅସହ୍ୟ ତାତି ସହ ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ଜାରି ରହିଛି। ଆହୁରି ୨୪ ଘଣ୍ଟା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗ୍ରୀଷ୍ମପ୍ରବାହ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେଗୁଡ଼ିକ ହେଲା, ନୂଆପଡା, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଯାଜପୁର, ଝାରସୁଗୁଡା,କେନ୍ଦୁଝର ବାଲେଶ୍ୱର ଏବଂ ମୟୁରଭଞ୍ଜ।

Leave a Reply

Your email address will not be published. Required fields are marked *