ଲେଖକ, ଅନୁସନ୍ଧାନକାରୀ ସାମ୍ବାଦିକ ତଥା ରଣନୀତିଜ୍ଞ ଅଭିଜିତ୍ ଆୟର-ମିତ୍ରଙ୍କ ଦ୍ଵାରା ପୋଷ୍ଟ କରାଯାଇଥିବା ‘ଦିଲ୍ଲୀ ମିଡିଆ ଗସିପ’ ବିଭାଗ “ଓଡିଶା ରାଜନୀତି” ର ଏକ ବଡ଼ ଦିଗ ବିଷୟରେ ସୂଚିତ କରିଛନ୍ତି ଯାହା ଜାତୀୟ ରାଜନୀତିରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇବ।

ଜାତୀୟ ରାଜନୀତି ବିଷୟରେ ଅଭିଜ୍ଞ ଅଭିଜିତ୍ ଆୟର-ମିତ୍ର ପୂର୍ବାନୁମାନ କରିଛନ୍ତି ଯେ ମାର୍ଚ୍ଚ ୫ ରେ ଏକ ପ୍ରମୁଖ ଆଞ୍ଚଳିକ ଦଳ ଏନଡିଏରେ ଯୋଗଦେବ।

ଦଳର ନାମ ନକହି ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଦଳକୁ ପ୍ରେରଣା ଦେଇଥିବା ନେତାଙ୍କୁ ‘ଭାରତ ରତ୍ନ’ ମିଳିବ।

ମାର୍ଚ୍ଚ ୫ ତାରିଖ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ହୋଇଥିବାରୁ ଅଭିଜିତ୍ ଏକ ସମ୍ଭାବ୍ୟ ବିଜେପି-ବିଜେଡି ମେଣ୍ଟ ସମ୍ପର୍କରେ ସୂଚିତ କରିଛନ୍ତି ବୋଲି ଆକଳନ କରାଯାଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *