ବିଜେଡି ସରକାରରୁ ଯିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବା ନେଇ ଜନ ସାଧାରଣଙ୍କ ମନରେ ବଢିଛି ଦ୍ୱନ୍ଦ । ଜନ ସାଧାରଣଙ୍କ ମନରେ ବିଏସକେୱାଇ କାର୍ଡକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ଆଜି ମୁଖ୍ୟ ଶାସନ ସଚିବ ଏକ ଭିଡିଓ ଜାରି କରି ସ୍ପଷ୍ଟ କହିଛନ୍ତି ଯେ, ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍‌କେଓ୍ବାଇ ହିତାଧିକାରୀଙ୍କୁ ହସ୍ପିଟାଲଗୁଡ଼ିକ ଅବହେଳା କରିପାରିବେ ନାହିଁ କି ଡିସ୍‌ଚାର୍ଜ କରିପାରିବେ ନାହିଁ। ବିଏସ୍‌କେଓ୍ବାଇ କାର୍ଡ ପାଇଁ ରୋଗୀଙ୍କୁ ମଧ୍ୟ ଫେରାଇବେ ନାହିଁ। ନୂଆ ନିଷ୍ପତ୍ତି ନ ଆସିବା ଯାଏ ଏହି ସେବା ବଳବତ୍ତର ରହିବ। କିଛି ଅସୁବିଧା ହେଲେ ହେଲ୍ପଲାଇନ୍‌ ନମ୍ବର ୧୦୪ରେ ଜଣାଇ ପାରିବେ। କୌଣସି ହସ୍ପିଟାଲ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *