ଦିଲ୍ଲୀରୁ ଆସିଲା ଡାକରା । ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ । ଆସନ୍ତାକାଲି ଦଳର ସଂସଦୀୟ ବୋର୍ଡ ବୈଠକ ବସିବାକୁ ଯାଉଛି । ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଏହା ହେଉଛି ‘ଭାରତୀୟ ଜନତା ପାର୍ଟି’ର ପ୍ରଥମ ସଂସଦୀୟ ବୋର୍ଡ ବୈଠକ । ଏଥିରେ ଦେଶର ସମସ୍ତ ନବନିର୍ବାଚିତ ବିଜେପି ବିଧାୟକମାନେ ଅଂଶଗ୍ରହଣ କରିବେ । ନିର୍ବାଚିତ ସାଂସଦଙ୍କ ସହ ଦଳର ଅନେକ ଶୀର୍ଷ ନେତା ମଧ୍ୟ ଦିଲ୍ଲୀ ଗସ୍ତ କରୁଛନ୍ତି । ଆଜି ସଂଧ୍ୟାରେ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି ।ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏହି ବୈଠକରେ ଆଲୋଚନା ହୋଇପାରେ ।

ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିସାରିଛନ୍ତି । ସେ ଏବେ ସାମ୍ବିଧାନିକ ପରମ୍ପରା ଅନୁସାରେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ଅଛନ୍ତି । ତେବେ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଚଳିତ ୮ ତାରିଖରେ ଶପଥ ନେବାକୁ ସମୟ ସ୍ଥିର ହୋଇଥିଲା । ହେଲେ ଏହା ‘ଏନଡିଏ’ର ବୈଠକ କାରଣରୁ ସାମାନ୍ୟ ବିଳମ୍ବ ମଧ୍ୟ ହେବା ନେଇ ଅନୁମାନ କରାଯାଉଛି ।

 

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓଡିଶାରେ ୧୦ ତାରିଖରେ ବିଜେପି ସରକାର ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିସାରିଛନ୍ତି । ବିଜେପି ରାଜ୍ୟରେ ସ୍ପଷ୍ଟ ବହୁମତ ପାଇବା ପରେ କି’ଏ ମୁଖ୍ୟମନ୍ତ୍ରୀ ହେବ,ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି ।ଦିଲ୍ଲୀରୁ ବିଜେପି ନେତା ଫେରିବା ପରେ ମୁଖ୍ୟମନ୍ତ୍ରୀ ଚେହେରା ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇପାରେ । ସାଂସଦମାନେ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ସାମିଲ ହେବେ ବୋଲି ସୂଚନା ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

 

By SonaliP

Leave a Reply

Your email address will not be published. Required fields are marked *