The TDP was part of the BJP-led National Democratic Alliance but exited in 2018 when Naidu was the state's chief minister. Photo: File.

ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସେ ୯ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାର ଥିବାରୁ ଚନ୍ଦ୍ରବାବୁ ତାଙ୍କ ଶପଥ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛନ୍ତି। ନୂଆ ତାରିଖ ଅନୁସାରେ ଜୁନ ୧୨ରେ ଅମରାବତୀରେ ଏକ ଉତ୍ସବରେ ଚନ୍ଦ୍ରବାବୁ ଶପଥ ଗ୍ରହଣ କରିବେ।

ଏହି ଶପଥ ସହ ତେଲୁଗ ଦେଶମ ପାର୍ଟି (ଟିଡିପି)  ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

By SonaliP

Leave a Reply

Your email address will not be published. Required fields are marked *