ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ ।

ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଉ ଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି । ରୋହିତ, ହାର୍ଦ୍ଦିକଙ୍କ ବ୍ୟତୀତ ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟ କୁମାର ଯାଦବ, ସଞ୍ଜୁ ସାମସନ, ଶିଭମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜଶପ୍ରୀତ ବୁମ୍ରା, ମହମ୍ମଦ ସିରାଜଙ୍କୁ ବିଶ୍ୱକପ୍‌ ଦଳରେ ସୁଯୋଗ ମିଳିଛି ।

ଜୁନ୍‌-୨ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ୱେଷ୍ଟଇଣ୍ଡିଜ୍‌ ଓ ୟୁଏସଏରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ମେଗା ଟୁର୍ଣ୍ଣାମେଣ୍ଟରେ ୨୦ ଦଳ ଅଂଶଗ୍ରହଣ କରିବେ।ଜୁନ୍‌ ୫ରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ଜୁନ୍‌-୫ରେ ଆର୍ୟାଲାଣ୍ଡ ସହ ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ । ସେହିପରି ୯ ଜୁନ୍‌ରେ ଟି-୨୦ ବିଶ୍ୱକପ୍‌ରେ ଖେଳାଯିବ ସବୁଠୁ ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହି ଦିନ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଏହା ପରେ ୧୨ ଜୁନ୍‌ରେ ୟୁଏସଏ ଓ ୧୫ ଜୁନ୍‌ରେ କାନାଡାକୁ ଭେଟିବ ଟିମ୍‌ ଇଣ୍ଡିଆ ।

By SonaliP

Leave a Reply

Your email address will not be published. Required fields are marked *