ନିଲମ୍ୱିତ କଂଗ୍ରେସ ବିଧାୟକ ତାରା ବାହିନୀପତି କ୍ଷମା ପ୍ରାର୍ଥନା କଲେ ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହେବ । ଏହା ସର୍ତ୍ତ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସଂସଦ ଭିତରେ ଯାହା ଘଟିଲା ତାହାର ରେକର୍ଡ ରହିଛି । ତାରା ବାହିନୀପତି ଯଦି ତାଙ୍କ କାର୍ଯ୍ୟକଳାପ ଲାଗି କ୍ଷମାପ୍ରାର୍ଥନା କରିବେ ତେବେ ତାଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହର କରାଯିବ । ତେବେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ତାରାଙ୍କର ଭୁଲ ନାହିଁ । ସେ କ୍ଷମା କାହିଁକି ମାଗିବେ । ସୂଚନା ଅନୁଯାୟୀ ଆଜି ବାଚସ୍ପତିଙ୍କ ଦ୍ଵାରା ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିଲା ନାହିଁ । ପୁନର୍ବାର ସମସ୍ତ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । Post navigation ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ ସିବିଏସ୍ଇ ର ସ୍ପଷ୍ଟୀକରଣ ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ, ବାଜି ମାରିନେଲେ ଝିଅ