ଇାଲେକ୍ଟୋରାଲ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ପୁଣି ନୋଟିସ କରିଛି।ବଣ୍ଡ୍‌ର ନମ୍ବର ଦେବାକୁ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।ସୋମବାର ସୁଦ୍ଧା ଉତ୍ତର ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାଙ୍କର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏକ ସତ୍ୟପାଠ ପ୍ରଦାନ କରି ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ନିଶ୍ଚିତ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ ଶୁକ୍ରବାର ଅପରାହ୍ନ ୫ଟା ସୁଦ୍ଧା ଏହି ତଥ୍ୟ ସଂଗ୍ରହ କରି ପ୍ରକାଶ କରିବେ। ତଥ୍ୟ ପ୍ରକାଶ ପାଇଁ ମାର୍ଚ୍ଚ ୬ ତାରିଖ ସମୟସୀମା ବୃଦ୍ଧି ପାଇଁ ଏସବିଆଇର ଅନୁରୋଧକୁ ସୋମବାର କୋର୍ଟ ଖାରଜ କରିଦେଇଥିଲେ।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଂରକ୍ଷିତ ତଥ୍ୟ ସଂଗ୍ରହ, ଯାଞ୍ଚ ଏବଂ ପ୍ରକାଶ କରିବାରେ ଇଚ୍ଛାକୃତ ବିଳମ୍ବ କରିଥିବାରୁ ବ୍ୟାଙ୍କକୁ କଡ଼ା ସମାଲୋଚନା କରିଥିଲେ। ଗୋପନୀୟତା କାରଣରୁ ଏବଂ ପ୍ରକ୍ରିୟାର ଜଟିଳତା ଦର୍ଶାଇ ବ୍ୟାଙ୍କ ଜୁନ୍ ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *