ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ଆକ୍ସନ୍ । ଜନଗଣନା ୨୦୨୭ କାର୍ଯ୍ୟରେ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ଅନିର୍ବାଯ୍ୟ ସାମିଲ୍ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ । କିଛି ସ୍କୁଲ୍‌ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ରିଲିଜ୍‌ କରୁନଥିବା ନଜରକୁ ଆସିଛି । ତେଣୁ ଏନେଇ କଡ଼ା ନିର୍ଦ୍ଦେଶ ଜାରି କଲା ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ।

ଜନଗଣନା କାର୍ଯ୍ୟ ‘ସେନସସ୍ ଆକ୍ଟ-୧୯୪୮’ ଅନୁସାରେ ବାଧ୍ୟତାମୂଳକ ଓ ବୈଧ କାର୍ଯ୍ୟ ବୋଲି ପତ୍ରରେ ଉଲ୍ଲେଖ ହୋଇଛି । ଜନଗଣନାରେ ନିଯୁକ୍ତ ଶିକ୍ଷକ, କର୍ମଚାରୀଙ୍କୁ ରିଲିଭ୍ କରିବା ବାଧ୍ୟତାମୂଳକ । ଅଯଥାରେ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ । ନିର୍ଦ୍ଦେଶକୁ ଅମାନ୍ୟ କଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ

Leave a Reply

Your email address will not be published. Required fields are marked *