ପପୁ ବାବୁ ଭାରି ଆଶା ବାନ୍ଧିଥିଲେ ଯେ, ପବନ ବାବୁଙ୍କ ସିଏମ ରେକର୍ଡ ଭାଙ୍ଗିବେ। ପବନ ବାବୁ ସିକିମର ମୁଖ୍ୟମନ୍ତ୍ରୀ ଥିଲେ । ଛୋଟିଆ ରାଜ୍ୟ । କିନ୍ତୁ ଓଡ଼ିଶାର ସିଏମ ହେଇ ଏକ ବିରଳ ରେକର୍ଡ କରିବାକୁ ସପ୍ନ ଦେଖୁଥୁବା ପପୁ ବାବୁଙ୍କର ସବୁକିଛି ଅଧୁରା ରହିଗଲା। ଖାସ ଜଣଙ୍କ ପାଇଁ । ପପୁ ବାବୁ ମାନୁ ନାହାଁନ୍ତି ସିନା, ତାଙ୍କୁ ଉତ୍ତରାଧିକାରୀ ବନାଇବା ଚକରରେ ସିଏମରୁ ବିରୋଧୀ ଦଳର ନେତା ହେଇଗଲେ । ପଦ୍ମ ଦଳିଆ ଭାବି ବି ନଞ୍ଚେ ଯେ, ଲୋକଙ୍କ ରାଗ ସେ ଲୋକଟା ପ୍ରତି ଏତେ ପ୍ରବଳ ଯେ ଶଙ୍ଖର ଲେଖା ଛିଡେଇ ଦେବେ। ଯାହା ଭାବିନଥିଲେ, ତାହା ମିଳିଗଲା । ପଦ୍ମ ସରକାର ହେଇଗଲା ଓଡ଼ିଶାରେ । ମୋହନ ବାବୁ ସିଏମ ହେଇଗଲେ । ଆଉ କିଛିଦିନ ପରେ ସରକାରଙ୍କୁ ୬ ମାସ ପୁରିଯିବ । ଏହି ୬ମାସ ଭିତରେ କିଛି ଭଲ ନିଷ୍ପରି ନେଇଚନ୍ତି ମୋହନ ସରକାର। ରତ୍ନ ଭଣ୍ଡାର ଖୋଲିବା, ଶ୍ରୀମନ୍ଦିରର ଚାରି ଦୁଆର ଭକ୍ତଙ୍କ ପାଇଁ ଖୋଲିଯିବା, ଧାନ କୁଇଣ୍ଟାଲ ୩୧୦୦ ହବା ଏବଂ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା । କିନ୍ତୁ ଲୋକଙ୍କ ଦୃଷ୍ଟିକୋଣ କାହିଁ କି କେଜାଣି ବଦଳି ଯାଉଚି ନୂଆ ସରକାରଙ୍କ ପ୍ରୀତି । ଯଉଁ ଜୋସ ଚାରିମାସ ତଳେ ଥିଲା କମିକମି ଯାଉଚି । ଚମକ ହରାଉଚନ୍ତି ଲୋକ ମୁଖ୍ୟମନ୍ତ୍ରୀ । କିନ୍ତୁ ସେପଟେ କ୍ଷମତାରୁ ଯିବା ପରେ ପୁଣି ଚମକିବାରେ ଲାଗିଲେଣି ପପୁ ବାବୁ । ବୁଧବାର ଦିନ ଜଣେ ଯୁବ ଶଙ୍ଖ ବିଧାୟକଙ୍କ ବିବାହ ଭୋଜିରେ ଯୋଗଦେଇଥିଲେ ପପୁ ବାବୁ। ପ୍ରଚଣ୍ଡ ଲୋକଭିଡ । ସବୁ ଶଙ୍ଖ ବଳିଆ ଯାଇ ସେଇଠି । ଏରିଆରୁ ଲୋକେ ଆସିଚନ୍ତି । ପହଞ୍ଚିଲେ ପପୁ ବାବୁ । କାରରୁ ଓହ୍ଲାଇବା ମାତ୍ରେ ଘେରିଗଲେ ଲୋକେ। ଲାଗିଲା କ୍ଷମତାରୁ ଯିବା ପରେ କମିବା ପରିବର୍ତ୍ତେ ପପୁଙ୍କ ଚମକ ବଢିଚି । ଲୋକେ ତାଙ୍କୁ ସେମିତି ଶ୍ରଦ୍ଧା ଓ ସ୍ନେହ କରୁଚନ୍ତି। ଏହି ଦୃଶ୍ୟ ଦେଖୁବା ପରେ ମନେପଡିଗଲା ମୂଲାୟମଙ୍କ ଘରେ ମୋଦୀ । ଅଖିଳେସ ଥାଆନ୍ତି ୟୁପି ସିଏମ । ଯାଦବ ପରିବାରର ଏକ ସାମାଜିକ ଉତ୍ସବରେ ଯୋଗଦିବାକୁ ପହଞ୍ଚି ଗଲେ ମୋଦୀ । ଆଟପଟାଳିରେ ଭାଙ୍ଗି ପଡିଲା ଜନସମୁଦ୍ର । ସେଠି ଗେରୁଆ ସବୁଳିଆ କିଛି ନଥିଲା । ମୋଦୀଙ୍କୁ କେତେ ଭଲ ପାଆନ୍ତି ଲୋକେ ଜଣାପଡିଯାଉଥିଲା । ବାହାଘର ଭୋଜିରେ ପପୁଙ୍କୁ ଦେଖୁ ମୋତେ କାହିଁକି କେଜାଣି ସେଇଆ ଲାଗିଲା। ଯଦି ୨୯ ବେଳକୁ ସକ୍ରିୟ ଥାଆନ୍ତି ପପୁ ଓ ପାଣ୍ଡୁ ବାବୁଙ୍କୁ ଦୂରେଇ ରଖନ୍ତି, ତେବେ ତ ପଦ୍ମ ଦଳିଆଙ୍କ କଥା ସରିଲା । Post navigation ୪୯୬ଟି ଟିଜିଟି-ଓଡ଼ିଆ ପଦବୀ ଘୋଷଣା ଗୁରାପଲ୍ଲୀ ଟୋଲ ଗେଟ ନିକଟ ରୁ ୮୮ କେଜି ରୂପା ଇଟା ଓ ୫ ଲକ୍ଷ ଟଙ୍କା ଜବତ କଲା ଗଞ୍ଜାମ ପୋଲିସ